ଆସିକା ବନାଞ୍ଚଳ ପକ୍ଷରୁ ବନାଗ୍ନୀ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ର ଆସିକା ରେଞ୍ଜ ଅଧୀନରେ ଥିବା ଗଡ଼ଗଡl, ପାକିଡ଼ି, ଚେମିଡ଼ି, ମାଛ ଘାଇ, ଚାପୁଡିଆ, ସୁଳିଆ ଗୁଡା, ହାତୀମୁଣ୍ଡା, କନସା, ଆମ୍ବଡାବଣ,ମଲ୍ଲୀଝର, ବଣ ପାହାଡ଼ ଅଂଚଳ ରେ ବନାଗ୍ନୀ ଦମନ ଉପରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବଣ ଜଙ୍ଗଲ ରେ ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପଶୁ, ପକ୍ଷୀ ଓ ବିରଳ ପ୍ରଜାତି ର କୃଷ୍ଣ ସାର ମୃଗ ଏବଂ ଜାତୀୟ ପକ୍ଷୀ ମୟୂର ମାନଙ୍କ ସୁରକ୍ଷା ଏବଂ ଜଙ୍ଗଲ ରକ୍ଷା ଉପରେ ବହୁ ବିଭାଗ ର ପଦାଧିକାରୀ ମାନେ ନିଜର ସୁଚିନ୍ତିତ ମତ ରଖିଥିଲେ l

ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଘୁମୁସର ଜିଲ୍ଲା ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ,ଆସିକା ବିଡ଼ିଓ ସଂଗୀତା ଷଡ଼ଙ୍ଗୀ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପରିବେଶବିତ ଶୂଳପାଣି ଶତପଥି, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ଆସିକା ପ୍ରାଣୀ ଚିକିତ୍ସକ, ଅଗ୍ନିଶ୍ରମ ଅଧିକାରୀ ,କଲେଜ ଅଧ୍ୟାପକ,ମୟୁର ସୁରକ୍ଷା ସମିତି , ମୃଗ ସୁରକ୍ଷା ସମିତି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l

ଜଙ୍ଗଲ ରେ ନିଆଁଲାଗିବା,ଜଙ୍ଗଲ ରୁ ଚୋରି କରିବା,ଜଙ୍ଗଲ ରେ ଗୋ ଚାରଣ କରିବା, ଜଙ୍ଗଲ କାଟି ଜବରଦଖଲ କରି ଘର କରିବା ଦ୍ୱାରା ଜଙ୍ଗଲ ନଷ୍ଟ ହୁଏ l ପ୍ରକୃତି ବଞ୍ଚିଲେ ଆମେ ବଂଚିବା l ପ୍ରକୃତି ବିନା ଆମେ ବଂଚିବା ଅସମ୍ଭବ l ଆମେ ବାଣଭୋଜୀ କରି ନିଆଁ ଲଗାଇ ଚାଲି ଆସିବା,ବନ ମଧ୍ୟରେ ବିଡି ସିଗାରେଟ ସେବନ କରି ଏଣେ ତେଣେ ଫୋପାଡ଼ିବା ଦ୍ୱାରା ବଣ ରେ ନିଆଁ ଲାଗିଥାଏ l ଏଭଳି ମନୁଷ୍ୟକୃତ ବନାଗ୍ନୀ କୁ ରୋକିବା ପାଇଁ ୧0 ରୁ ଉର୍ଦ୍ଧ ବନ ସୁରକ୍ଷା ସମିତି, ଗ୍ରାମବାସୀ, ସ୍ବେଛାସେବୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଏବଂ ପଂଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ l

LEAVE A REPLY

Please enter your comment!
Please enter your name here