କିଟିମିଟି ଅନ୍ଧାରରୁ ଉଦ୍ଧାର ହେବେ ଶ୍ରମିକ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ହଟିବ ଅନ୍ଧାର, ଜିତିବ ଜୀବନ ! ଖୁବଶୀଘ୍ର ଉଦ୍ଧାର ହେବେ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ! ଦୀର୍ଘ ୧୨ ଦିନର ସଂଘର୍ଷ ପରେ ସୁଡ଼ଙ୍ଗର ଅନ୍ଧକାର ଭିତରୁ ବାହାରିବେ ଶ୍ରମିକ! ଏଥିପାଇଁ ଚାଲିଛି ସମସ୍ତ ଉଦ୍ୟମ। ସୂଚନା ମିଳୁଛି ଆଉ କିଛି ମାତ୍ର ଦୂରରେ ଅଛନ୍ତି ଶ୍ରମିକ। ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ। ଯଥାଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚିବେ ଏନଡ଼ିଆରଏଫର ଉଦ୍ଧାରକାରୀ ଟିମ୍। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ, ଶ୍ରମିକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଶ୍ରମିକମାନଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ ବାହାରକୁ ଅଣାଯିବ। ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ଲାଗି ଜୋରସୋରରେ ଲାଗିଛନ୍ତି ଉଦ୍ଧାରକାରୀ ଟିମ୍। ସମସ୍ତ ଶ୍ରମିକଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବ ବୋଲି କହିଥିଲେ ଏନଡ଼ିଆରଏଫ୍ ଡ଼ିଜି ଅତୁଲ୍ କରୱାଲ୍। ପିଏମଓଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର୍ ଖୁଲବେ ମଧ୍ୟ କହିଥିଲେ, ଉଦ୍ଧାରକାର୍ଯ୍ୟ ଓ ଡ୍ରିଲିଂ ପୂରା କରିବା ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିବା ପାଇଁ ଆହୁରି ୧୨ରୁ ୧୪ ଘଣ୍ଟା ଲାଗିବ! ଗୁରୁବାର ବିଳମ୍ୱିତ ରାତି ସୁଦ୍ଧା ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ବାହାରିବେ ବୋଲି ଆଶା କରାଯାଉଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଥିଲେ- ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଦ୍ଧାର ପରେ ଶ୍ରମିକମାନଙ୍କ ଚିକିତ୍ସା ପାଇଁ ଆମ୍ୱୁଲାନ୍ସ ଏବଂ ଡାକ୍ତରଖାନା ପ୍ରସ୍ତୁତ ହୋଇରହିଛି। ଯଥାଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ।ସେପଟେ, ଧସିଥିବା ମାଟି ଅତଡ଼ାରେ ଷ୍ଟିଲ୍ ପାଇପ୍ ଭର୍ତ୍ତି ସରିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାମ ଚାଲିଥିବାରୁ ଖୁବଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିବ। ଆମେରିକାର ମେସିନ୍ ସାହାର୍ଯ୍ୟରେ ଟନେଲରେ ପାଇପ୍ ପଠାଇବାରେ ବେଶ୍ ସଫଳ ହୋଇଥିବା ସୂଚନା ଦେଇଛି ଉଦ୍ଧାରକାରୀ ଟିମ୍। ରେସକ୍ୟୁ ଅପରେସନରେ ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର୍ ସିଂହ ଧାମୀ। ସବୁ ଶ୍ରମିକମାନେ ଅନ୍ଧାରର କଳା କୋଠରୀରୁ ପଦାକୁ ବାହାରି ନୂଆ ସୂର୍ଯ୍ୟୋଦୟ ଦେଖିବେ ବୋଲି ଆଶା କରାଯାଉଛି। ସମସ୍ତ ଶ୍ରମିକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେଥିପାଇଁ ସମସ୍ତ ପ୍ରକାରର କଳବଳ ଲଗାଇ ଦେଇଛନ୍ତି ଉଦ୍ଧାରକାରୀ ଟିମ୍। ସେପଟେ ଉଦ୍ଧାରକାମ ଶେଷ ପର୍ଯ୍ୟାୟରେ ଥିବା ଖବର ମିଳିବା ପରେ, ଏବେ ଶ୍ରମିକଙ୍କ ପରିବାରରେ ଦେଖିବାକୁ ମିଳିଛି ଖୁସିର ମାହୋଲ୍। ଶ୍ରମିକମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି।

 

LEAVE A REPLY

Please enter your comment!
Please enter your name here