ବିପ୍ଲବୀ ପରିକ୍ରମା ଡିଜିଟାଲ :- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ । ରାଷ୍ଟ୍ରୀୟ ଶୋକ ପାଇଁ ବାତିଲ ହେଲା ସରକାରୀ କାର୍ଯ୍ୟକ୍ରମ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ବିୟୋଗ ହୋଇଛି । 7 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟାରେ ଓଡ଼ିଶା ଆସିଥାଆନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଥିବାବେଳେ ରାଷ୍ଟ୍ରୀୟ ଶୋକ ପାଳନ ହେତୁ ସେସବୁ ବାତିଲ ହୋଇଛି ।
ଆଗକୁ ଶାହଙ୍କ ଗସ୍ତ ନେଇ ଅନ୍ୟ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଥିଲେ ବି ଦଳ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇନାହିଁ । ଗତ ନଭେମ୍ବରରେ ଶାହ ଓଡ଼ିଶା ଗସ୍ତରେ ଆସିଥିଲେ । ରାଜ୍ୟରେ ଆୟୋଜିତ ୫୯ ତମ ସର୍ବଭାରତୀୟ ପୋଲିସ DG-IG ସମ୍ମିଳନୀର ଉଦଘାଟନ କରିଥିଲେ । ଆସନ୍ତା ଜାନୁଆରୀ 8 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ହେବାକୁ ଯାଉଛି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଯୋଗଦେବେ । ତେଣୁ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ତାହା ବାତିଲ ହୋଇଛି ।