ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ଫେରୁଛନ୍ତି

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);୨୦୨୪ ଆଇପିଏଲ ପୂର୍ବରୁ ବଡ ପରିବର୍ତ୍ତନ ହୋଇଛି । ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ଫେରୁଛନ୍ତି । ୨୦୨୪ ସିଜିନରେ ତୁଲାଇବେ ମେଣ୍ଟର ଦାୟିତ୍ବ। ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟର ପଦ ଛାଡ଼ିଥିବାବେଳେ ଟିମ ଏବଂ ମାଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ । ଏହାସହ କେକେଆରର ନୂଆ ମେଣ୍ଟର ଦାୟିତ୍ବ ତୁଲାଇବା ନେଇ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଏକ ପ୍ରେସ ରିଲିଜରେ ପ୍ରକାଶ କରାଯାଇଛି । ଏନେଇ ଗୌତମ ଗମ୍ଭୀର ବୁଧବାର ଦିନ ସୋସିଆଲ ମିଡିଆ ଟ୍ୱିଟର ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କୋଲକତା ନାଇଟ ରାଇଡର୍ସକୁ ଫେରୁଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ତାଙ୍କର ସଂପର୍କ ଶେଷ ହୋଇଛି । ଏନେଇ ସେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମ୍ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଶାହାରୁଖ ଖାନଙ୍କ ଟିମ କୋଲକାତାର ମୁଖ୍ୟ କୋଚ ଦାୟିତ୍ବ ତୁଲାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ଆଲୋଚନା କରିବା ସହ ଦଳ କିଭଳି ଆଗାମୀ ସିଜିନରେ ପ୍ରଦର୍ଶନ କରିବ ସେ ନେଇ ଆଲୋଚନା ମଧ୍ୟ କରିଛନ୍ତି । ୨୦୧୧ରୁ ୧୦୧୭ ପର୍ଯ୍ୟନ୍ତ କେକେଆର ଟିମର ଅଧିନାୟକଭାବେ ଖେଳିଛନ୍ତି ଗୌତମ ଗମ୍ଭୀର । ତାଙ୍କ ଅଧିନାୟକତ୍ବରେ ଦଳ ଦୁଇ ଦୁଇଥର ଚାମ୍ପିୟନ ମଧ୍ୟ ହୋଇଛି । କିନ୍ତୁ ଶେଷ ସମୟରେ ୨୦୧୮ ଆଇପିଏଲ ସିଜିନରେ ଦିଲ୍ଲୀ ପକ୍ଷରୁ ଖେଳିଥିବାବେଳେ ଖରାପ ପ୍ରଦର୍ଶନ କରିଥିଲେ । ଏହାପରେ ସେ ଆଇପିଏଲରୁ ସନ୍ୟାସ ନେଇଥିଲେ । ପରେ ୨୦୨୨ ଏବଂ ୨୩ ସିଜିନରେ ନୂଆ ଟିମ ଲକ୍ଷ୍ନୌର ମେଣ୍ଟରଭାବେ କାର୍ଯ୍ୟ ତୁଲାଇଥିଲେ । ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା କପ ହାତେଇ ପାରିନାହିଁ । ଏବେ ପୁଣିଥରେ କେକେଆରକୁ ଫେରିଥିବାବେଳେ ଦଳ ଶକ୍ତିଶାଳି ହେବ ବୋଲି ଆଶା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here