ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି : ଚାଷୀଙ୍କୁ ଦିଆଯାଉ କ୍ଷତିପୂରଣ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ଦିନ ଧରି ନବୀନ ବିଭିନ୍ନ ବର୍ଷା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ଚାଷୀଙ୍କୁ ଭେଟିବା ପରେ ନବୀନ ଏହି ଚିଠି ଲେଖିଛନ୍ତି । ଅଦିନିଆ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ଘଟିଛି । ଚାଷୀ ମୃତ୍ୟୁ ଓ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ତେଣୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଗ୍ରାଧିକାର ଭିତ୍ତିରେ କ୍ଷତିପୂରଣ ପ୍ରଦାନ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

 

ନବୀନ ଚିଠିରେ ଲେଖିଛନ୍ତି,”ମୁଁ 30 ଓ 31 ତାରିଖରେ ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛି । ସେମାନେ ଏବେ ଚିନ୍ତାରେ ଅଛନ୍ତି । କାରଣ ଅମଳ ସମୟରେ ବ୍ୟାପକ ମାତ୍ରାରେ ଧାନ ଓ ଅଣ ଧାନ ଜାତୀୟ ଫସଲ ନଷ୍ଟ ହୋଇଛି । ନିକଟ ଅତୀତରେ ଏପରି କ୍ଷୟକ୍ଷତି ଚାଷୀଙ୍କର ହୋଇନଥିଲା । ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ କଷ୍ଟରେ ଅଛନ୍ତି । ଅଦିନିଆ ବର୍ଷା ବାବଦରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଚାଷୀ ଅଭିଯୋଗ କରୁଛନ୍ତି । ସେହିପରି ବହୁ ସ୍ଥାନରେ ଶସ୍ୟ ନଷ୍ଟ ନେଇ ସର୍ବେକ୍ଷଣ ହୋଇନାହିଁ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଷୀ ଆତ୍ମହତ୍ୟା କଥା ସାମ୍ନାକୁ ଆସୁଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କୃତିବାସ ସ୍ୱାଇଁ ଆତ୍ମହତ୍ୟା ଅଭିଯୋଗ ହୋଇଛି । କ୍ଷୟକ୍ଷତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଭେଟି ଜାଣିଲି ।”ନବୀନ ଆହୁରି ମଧ୍ୟ ଲେଖିଛନ୍ତି,”ଓଡିଶାର ଚାଷୀ ଓ ତାଙ୍କ ପରିବାର ଏହି ପରିସ୍ଥିତିରେ ବହୁ କଷ୍ଟରେ ଅଛନ୍ତି । ତେଣୁ ଅନିଦିଆ ବର୍ଷାରେ କ୍ଷତିଗ୍ରସ୍ତ ଯୋଗୁଁ ଭଙ୍ଗିପଡିଥିବା ଚାଷୀଙ୍କ ଆତ୍ମବଳକୁ ବଢାଇବା ପାଇଁ ସରକାର କାର୍ଯ୍ୟ କରନ୍ତୁ । ଏହା ସହ ସଠିକ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଁ ଅନୁରୋଧ କରୁଛି । ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ହେଉଛି ଓଡିଶା । ଓଡିଶାବାସୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ପ୍ରଦାନ କରିବା କଥା ବିଜେଡି ଦାବି କରି ଆସୁଛି । ଯଦି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଥାନ୍ତା, ତେବେ ଚାଷୀ ପାରିବାର ଆଜି ଆଡିସନାଲ ସପୋର୍ଟ ସହ ଯଥାଶୀଘ୍ର କ୍ଷତିପୂରଣ ପାଇପାରିଥାନ୍ତେ । ସେମାନଙ୍କ ମନୋବଳ ପୁଣି ଥରେ ସବଳ ହୋଇଥାନ୍ତା ।’’

ତେବେ ନବୀନଙ୍କ ଚିଠିକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ନେତାଙ୍କ ଚିଠି ପ୍ରସଙ୍ଗରେ ତୁରନ୍ତ ପ୍ରତିକ୍ରିୟା ରଖିଛି ଶାସକ କ୍ୟାମ୍ପ ।

LEAVE A REPLY

Please enter your comment!
Please enter your name here