ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଫଳରେ ଆଉ ମାଳମାଳ ପ୍ରେସକ୍ରିପସନ ଧରିକି ରୋଗୀ ହସ୍ପିଟାଲ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏଥିପାଇଁ ରୋଗୀଙ୍କୁ ମିଳିବ ଏକ ସ୍ବତନ୍ତ୍ର କାର୍ଡ । ଯାହାର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା (Abha)’ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟରେ ପଞ୍ଜିକରଣ କରିବା ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁରୋଧ କରିଛନ୍ତି ।ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, “ଖୁବଶୀଘ୍ର ଓଡିଶାରେ ଲାଗୁ ହେବାକୁ ଯାଉଛି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ରାଜ୍ୟର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା ଆକାଉଣ୍ଟରେ ପଞ୍ଜିକରଣ କରିବାକୁ ଅନୁରୋଧ କରୁଛୁ । ନେସନାଲ ହେଲଥ ମିଶନ ଅନ୍ତର୍ଗତ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଯାହା ଲୋକଙ୍କୁ ମିଳିବ । ଆଭା ଆକାଉଣ୍ଟରେ ସମସ୍ତ ରେଜିଷ୍ଟେସନ କରିପାରିବେ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ଏହା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ।ସ୍ୱାସ୍ଥ୍ୟ ଓ ବୈଷୟିକ ସମନ୍ୱୟ ରହିବ । ଆୟୁଷ୍ମାନ ଭାରତ ସହିତ ଆଭା ଆକାଉଣ୍ଟ ମିଶ୍ରଣ ହୋଇଗଲେ ହେଲଥ ଡିଜିଟାଇଜେସନ କ୍ଷେତ୍ରରେ ଓଡିଶା ଆଗକୁ ଯିବ । କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ଉପଲବ୍ଧ ହେବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
ଆଭା କାର୍ଡ ହେଉଛି ATM ପରି ଏକ କାର୍ଡ । ଯେଉଁଥିରେ 14ଟି ଡିଜିଟ ନମ୍ବର ରହିଥାଏ । ଏହି କାର୍ଡରେ ସ୍ବାସ୍ଥ୍ୟର ସମସ୍ତ ତଥ୍ୟ ରହିବ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ ।ATM ପରି ଏହି କାର୍ଡରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ଫଳରେ ରୋଗୀ ଯେଉଁ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲୁଥିଲେ । ଆଉ ବୁଲିବାକୁ ପଡିବନି । ଏହି କାର୍ଡରେ ଥିବା କ୍ଯୁ ଆର କୋର୍ଡ ସ୍କାନ କଲେ ସବୁ ତଥ୍ୟ ଆରାମରେ ମିଳିଯିବ ।