ମାଲକାନଗିରି ( ବିପ୍ଳବ ପରିକ୍ରମା ) ; ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ ପାଇଁ ସାରା ଜିଲ୍ଲା ଉତ୍ସବ ମୁଖରିତ ହୋଇଛିା ଆଜି ମାଲ୍ୟବନ୍ତ ମହୋତ୍ସବ ପାଇଁ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଂଚାୟତ ଯଦୁଗୁଡା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିସର ଶୈବ ପୀଠ ନିକଟରେ ଥିବା ଝରଣାରୁ ବିଧିବିଧାନ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଙ୍କ ଦ୍ୱାରା ପାରମ୍ପରିକ ପୂଜାର୍ଚନା କରି ପବିତ୍ର ଜଳ ସଂଗ୍ରହ କରାଯାଇଥିଲ।। ହଜାର ହଜାର ଆଦିବାସୀ ଯୁବକ ଯୁବତୀ ନିଜର ପାରମ୍ପରିକ ବେଷ ପୋଷାକରେ ସଜେଇ ହୋଇ ସ୍ୱାଗତ କରିଛନ୍ତି ଏହି ଶୁଭ ମୁହୂର୍ତ୍ତକୁ । ଶଙ୍ଖ ହୁଳହୁଳିରେ ମୁଖରିତ ହୋଇ ଉଠିଥିଲା ସମଗ୍ର ଅଂଚଳ l ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଆଦିବାସୀ ମହିଳା ପୁରୁଷ ମାନେ ନାଚ ଗୀତ କରି ଏକ ବିରାଟ ଶୋଭାଯାତ୍ରାରେ ଯଦୁଗୁଡା ଠାରୁ ବାହାରିଥିଲେ l ଏହି ଶୋଭାଯାତ୍ରା ମାଲକାନଗିରିରେ ପହଂଚିବା ପରେ ଜିଲ୍ଲା ସଦର ମହକୁମା ସ୍ଥିତ ଭୈରବ ମନ୍ଦିର ଠାରୁ କଳସ ଗୁଡିକୁ ଆଡମ୍ବର ସହକାରେ ସହର ପରିକ୍ରମା କରାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ପହଂଚିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଦର ମହକୁମାର ବୁଦ୍ଧିଜୀବି, ସମାଜସେବୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି, ଅଂଶଗ୍ରହଣ କରିଥିଲ l ଏହି କଳସକୁ ଆସନ୍ତା ୧୫ ତାରିଖ ଦିନ ଏକ ଶୋଭାଯାତ୍ରାରେ ନିଆଯାଇ ମାଲ୍ୟବନ୍ତ ମଞ୍ଚରେ ପ୍ରତିଷ୍ଠା କରାଯିବ । ଏହି ଶୋଭଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂୂର୍ଣଚନ୍ଦ୍ର ବାକା, ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନିତେଶ୍ ବାଧ୍ୱାନୀ, ଖଣ୍ଡୀୟ ବନାଧିକାରୀ ପ୍ରତାପ କତାପାଲ୍ଲୀ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସହ ଜିଲ୍ଲାସ୍ତରୀୟ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲୋ l ସୂଚନା ଯୋଗ୍ୟ ଯେ, ଆସନ୍ତା ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ l