ଦେଶରେ ୭କୁ ବଢ଼ିଲା ଏଚ୍‌ଏମ୍‌ପିଭି ଆକ୍ରାନ୍ତଙ୍କ ସଂଖ୍ୟା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦେଶରେ ବଢ଼ିବାରେ ଲାଗିଛି ଏଚ୍‌ଏମ୍‌ପି ଆକ୍ରାନ୍ତଙ୍କ ସଂଖ୍ୟା। ନାଗପୁରରେ ଆଉ ୨ଜଣ ଏଚ୍‌ଏମ୍‌ପି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରେ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ଦୁଇ ଶିଶୁଙ୍କ ବୟସ ୭ ଏବଂ ୧୪ ବର୍ଷ। ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ଏଚ୍‌ଏମ୍‌ପି ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି । ଚୀନରେ ଆତଙ୍କ ଖେଳାଇଥିବା ଏଚ୍‌ଏମ୍‌ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍‌) ଭୂତାଣୁ ଭାରତରେ ଚିହ୍ନଟ ହୋଇଛି। ଦେଶରେ ଗତକାଲି ୫ ଜଣ ଶିଶୁ ଏଚ୍‌ଏମ୍‌ପିଭି ପଜିଟିଭ ଥିବା ବେଳେ ଆଜି ଆହୁରି ୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ, ‌ତାମିଲନାଡ଼ୁର ଚେନ୍ନାଇରେ ୨ ଜଣ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ରହିଛନ୍ତି।

ବେଙ୍ଗାଲୁରୁରେ ଆକ୍ରାନ୍ତ ଜଣେ ଶିଶୁର ବୟସ ୩ ମାସ ଓ ଅନ୍ୟ ଜଣେ ଶିଶୁର ବୟସ ୮ ମାସ। ସେହିଭଳି ଅହମଦାବାଦରେ ଆକ୍ରାନ୍ତ ଶିଶୁର ବୟସ ୨ ମାସ। ସଂକ୍ରମିତ ଶିଶୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ ଇତିହାସ ନାହିଁ। ଏଥିସହିତ ଅନ୍ୟ ରାଷ୍ଟ୍ର ଗସ୍ତ କରିଥିବା କୌଣସି ଲୋକଙ୍କ ସଂସ୍ପର୍ଶରେ ମଧ୍ୟ ସେମାନେ ଆସିନାହାନ୍ତି। ବେଙ୍ଗାଲୁରୁରେ ଏଚ୍‌ଏମ୍‌ପିଭି ଆକ୍ରାନ୍ତ ହୋଇଥିବା ୩ ମାସର ଶିଶୁ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛି।

LEAVE A REPLY

Please enter your comment!
Please enter your name here