କଙ୍ଗାରୁ କୋର୍ଟ ବନ୍ଦ କରିବା ଦାବିରେ ଆନ୍ଦୋଳନ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଦିବାସୀ ସେଙ୍ଗେଲ ଅଭିଯାନ ର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁ ଙ୍କ ମାର୍ଗଦର୍ଶନ ରେ ଆଜି ଆଦିବାସୀ ସେଙ୍ଗେଲ ଅଭିଯାନ ଏବଂ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡ଼ୱା ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଆଦିବାସୀ ଗ୍ରାମ ସମାଜରୁ କଙ୍ଗାରୁ କୋର୍ଟ ବନ୍ଦ କରାଯିବା ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପ୍ରଦର୍ଶନ କରାଯାଇଛି।ସେଙ୍ଗେଲ ଅଭିଯାନ ର ବାରିପଦା ଜୋନାଲ କମିଟି ସଭାପତି ନାରାଣ ମୁର୍ମୁ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି ଧାରଣାରେ ଯୋଗ ଦେଇ ବିଭିନ୍ନ ନାରା ଦେଇ ଆଦିବାସୀ ସମାଜରେ ଚାଲିଥିବା କାଙ୍ଗାରୁ କୋର୍ଟ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଦାବି କରିଛନ୍ତି।ଏଥି ସହିତ ମହାମହିମ ରାଷ୍ଟ୍ରପତି ଏବଂ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ତୁରନ୍ତ ଏହାଉପରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ମୟୂରଭଞ୍ଜ ବନ୍ଦ କରିବ ବୋଲି ଚେତାବନୀ ଦେଇଛି ସେଙ୍ଗଲ ଅଭିଯାନ।

 

LEAVE A REPLY

Please enter your comment!
Please enter your name here