ସ୍ବିଗି ଲଞ୍ଚ୍ କଲା ନୂଆ ଆପ୍ ‘Snacc’ : ୧୦ ରୁ ୧୫ ମିନିଟରେ ହେବ ଡେଲିଭରି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖାଦ୍ୟ ଡେଲିଭରି ଆପ୍ ସ୍ବିଗି ଲଞ୍ଚ୍ କଲା ନୂଆ ଆପ୍ ‘Snacc’ । ଏହି ଆପର ସାହାଯ୍ୟରେ ମାତ୍ର ୧୦ ରୁ ୧୫ ମିନିଟ୍ ଭିତରେ ଆପଣଙ୍କ ଘରକୁ ଡେଲିଭରି ହୋଇଯିବ ସୁଆଦିଆ ଗରମ ଗରମ ଖାଦ୍ୟ । ଏହି ଆପକୁ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଏହି ସର୍ଭିସ୍ କୁ ସ୍ବିଗି ପ୍ରଥମେ ବାଙ୍ଗାଲୋରରେ ଲଞ୍ଚ୍ କରିସାରିଛି । ଫୁଡ୍ ଡେଲିଭରି ଆପ୍ ର ଏତେ ଡିମାଣ୍ଡ ହିଁ କହୁଛି ଯେ ସୁଆଦିଆ ଖାଦ୍ୟ , ବଜେଟ୍ ଫ୍ରେଣ୍ଡଲି ଏବଂ କେତେ ଶୀଘ୍ର ଆପ୍ ଖାଦ୍ୟ ପହଂଚାଇବ ଏହାକୁ ନେଇ ଏବେ ପ୍ରତିଯୋଗିତା ଚାଲିଛି । କ୍ବିକ୍ କମର୍ସ ପ୍ଲାଟଫର୍ମ ଯେମିତିକି ଜମାଟୋ , Blinkit ଏବଂ Zepto ଭଳି ଫୁଡ୍ ଡେଲିଭରି ଆପ୍ ନିଜର ଭିନ୍ନ ଭିନ୍ନ ଆପ୍ ଲଞ୍ଚ୍ କରୁଛନ୍ତି । ଏହା ପୂର୍ବରୁ Blinkit ଏବଂ Bistro ସର୍ଭିସ୍ କୁ ଲଞ୍ଚ୍ କରାଯାଇଥିଲା । ଏଭଳି ସମୟରେ Snacc ଆପ୍ କମ୍ପାନୀର Bolt ଆପ୍ ଭଳି ସେବା ଯୋଗାଇଦେବ । ଏହି ଆପ୍ କୁ ଫ୍ଲୁରୋସେଣ୍ଟ୍ ଗ୍ରୀନ୍ ବ୍ୟାକଗ୍ରାଉଣ୍ଡ ଏବଂ ଡାର୍କ ବ୍ଲୁ ଟେକ୍ଟ ସହ ଲଞ୍ଚ୍ କରାଯାଇଛି । ଏହି ଆପକୁ ୨୦୨୫ , ଜାନୁଆରୀ ୭ ତାରିଖ ଦିନ ଲଞ୍ଚ୍ କରାଯାଇଛି । Snacc ର ଲ୍ୟାଣ୍ଡିଙ୍ଗ୍ ପେଜରେ ବ୍ରେକଫାଷ୍ଟ୍ , କଫି , ଅଣ୍ଡା , ପ୍ରୋଟିନ୍ କାଟାଗୋରୀକୁ ଲାଇଭ୍ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here