କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍‌

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବ‌ିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ପବିତ୍ର କୁମ୍ଭମେଳା ପାଇଁ ଓଡ଼ିଶା ସରକାର ମଧ୍ୟ ଭକ୍ତମାନଙ୍କର ଆବଶ୍ୟକତା ଉପରେ ନଜର ରଖିଛନ୍ତି। ଓଡ଼ିଶା ସରକାର ରାଜ୍ୟରୁ ପ୍ରୟାଗରାଜ ପାଇଁ ଯାତ୍ରୀବାହୀ ବସ୍‌ର ଶୁଭାରମ୍ଭ କରିଥିବା ବେଳେ ପୂର୍ବତଟ ରେଳବାଇ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଉଛନ୍ତି।

 

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ୍‌ ଗଡ଼ିବ l ତେବେ ପ୍ରୟାଗରାଜକୁ ଓଡିଶାରୁ ଯାତାୟାତ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ମଧ୍ୟରେ ‘ ଭୁବନେଶ୍ୱର -ତୁଣ୍ଡଲା- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ’, ‘ ପୁରୀ -ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍’, ‘ଟିଟିଲାଗଡ- ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍’, ‘ ବିଶାଖାପାଟନମ୍- ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍’, ‘ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍’, ‘ତିରୁପତି – ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍’, ‘ନରସପୁର – ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍’ ଆଦି ଟ୍ରେନ ଗୁଡିକ ଓଡିଶା ଦେଇ ପ୍ରୟାଗରାଜରେ ଅନୁଷ୍ଠିତ ହୋଉଥିବା ମହାକୁମ୍ଭ ଉପଲକ୍ଷେ ଯାତ୍ରା କରିବ l

 

ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ପାଇଁ ପ୍ରୟାଗରାଜ ଅଞ୍ଚଳରେ ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁମ୍ଭ ଓ୍ବାର ରୁମ୍ ଉଦଘାଟନ କରାଯାଇଛି । ଏହା ୨୪ ଘଣ୍ଟା କାର୍ଯ୍ୟ କରିବ । ଅନ୍ୟପଟେ ୯ଟି ରେଳ ଷ୍ଟେସନରେ ୧ ହଜାର ୧୭୬ଟି ସିସିଟିଭି ଲଗାଯାଇଛି । ଏହି ଓ୍ବାର ରୁମରୁ ସିସିଟିଭିଗୁଡିକ ଯାଞ୍ଚ କରାଯିବ ।

LEAVE A REPLY

Please enter your comment!
Please enter your name here