ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜଣେ ବିବାହିତ ଯୁବକ ଯୁବତୀକୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ମୋବାଇଲ୍ ଓ ଡୋକମେଣ୍ଟ ନେଇ ଯାଇଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ଜଣେ ଆଦିବାସୀ ଯୁବତୀ । ତେବେ ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ପାଟବିଲ ପଞ୍ଚାୟତ ଅଧିନସ୍ଥ ରେଙ୍ଗାଳବେଡା ଗ୍ରାମରେ। ସୂଚନା ରୁ ପ୍ରକାଶ କି ଉକ୍ତ ଗ୍ରାମର ଯୁବତୀ ଜଣେ ଯୁବକ ସହିତ ମୋବାଇଲ୍ ମାଧ୍ୟମରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଯୁବତୀ ଜଣଙ୍କ ନିଜର ସମସ୍ତ ଅସୁବିଧା ବିଷୟରେ ଯୁବକ ଜଣଙ୍କୁ ଜଣାଇଥିଲା। ହେଲେ ଯୁବକ ଏହାର ସୁଯୋଗ ନେଇ ଯୁବତୀ ଜଣଙ୍କୁ ଚାକିରି କରି ଦେବି କହି ସମ୍ପର୍କ ଆଗକୁ ବଢ଼ାଇବାରେ ଲାଗିଲା। ଯୁବତୀ ଜଣଙ୍କୁ ସେ କଟକ ଡାକିଥିଲେ, ସେଠାରେ ଉଭୟ ସାଙ୍ଗ ହୋଇ ବାଲି ଯାତ୍ରା ବୁଲାବୁଲି କରିବା ପରେ କଟକରେ ରହିଥିଲେ ଏବଂ ପରେ ଯୁବତୀକୁ ଚାକିରି କରାଇଦେବି କହି କଲିକତା ଯାଇଥିଲେ,ସେଠାରେ ମୁଦ୍ରା ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ହେଲେ କୌଣସି ଚାକିରି ହୋଇନଥିଲା। ପରେ ଯୁବତୀ ଜଣଙ୍କ ସେଠାରୁ ନିଜ ଘରକୁ ଚାଲି ଆସିଥିଲେ। ଗତ ନୂଆଁ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖ ଉକ୍ତ ଯୁବକ ଜଣଙ୍କ ଝିଅ ଘରକୁ ଆସି କେହି ନଥିବାର ସୁଯୋଗ ନେଇ ଯୁବତୀର ମୋବାଇଲ୍ ଏବଂ ସମସ୍ତ ଡକୋମେଣ୍ଟ ନେଇଯାଇଥିଲେ ।
ଗତ କାଲି ଯୁବତୀ ଉକ୍ତ ଯୁବକକୁ ନିଜ ଘରକୁ ଡାକିଥିଲେ। ଯୁବକ ଜଣଙ୍କ ଆସିବା ପରେ ସେ ତାଙ୍କ ଘର ଲୋକଙ୍କୁ ଏବଂ ଗ୍ରାମ ବାସୀଙ୍କୁ ଡାକି ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇ ଅଟକ ରଖିଥିଲେ ଏବଂ ପାଟବିଲ ସରପଞ୍ଚଙ୍କୁ ଏବିଷୟରେ ଜଣାଇଥିଲେ। ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଏ ବିଷୟରେ ବୁଝିବା ପରେ କରଞ୍ଜିଆ ଥାନାକୁ ଖବର ଦେଇଥିଲେ । କରଞ୍ଜିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଥାନା କୁ ଆଣିଥିଲେ । ଯୁବତୀ ଜଣଙ୍କ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୋଗକୁ ଆଧାର କରି ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଯୁବକ୍ ଜଣଙ୍କ କଟକ ବକ୍ସି ବଜାରର ରାଜେଶ୍ କୁମାର୍ ବେହେରା ସେ ପୂର୍ବରୁ ବିବାହିତା ବୋଲି ଜଣା ପଡିଛି l