ପୋଲସରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆନନ୍ଦ ଉଲ୍ଲାସକୁ ନେଇ ପ୍ରଥମ କରି ଗଞ୍ଜାମ ଜିଲ୍ଲ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଅଧିନସ୍ଥ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠରେ ମଙ୍ଗଳବାର ‘ମାରଦା ମହୋତ୍ସବ ୨୦୨୫’ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ‘ମାରଦା ମହୋତ୍ସବ ୨୦୨୫’ର ଶୁଭ ଉଦଘାଟନ କରିଥିଲେ ।
ସମ୍ମାନୀୟ ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା ।