ଏଚ୍ଏମ୍‌ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା : ଭୟର କାରଣ ନାହିଁ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍‌ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୁହାଯାଉଛି ଯେ, ଭୟ ଅବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଏଚ୍ଏମ୍‌ପିଭି ମାମଲା ଚିହ୍ନଟ ହୋଇନାହିଁ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସଜାଗ ରହିଛନ୍ତି। ଆତଙ୍କିତ ହେବାର କୌଣସି କାରଣ ନାହିଁ। ସଚେତନତା ଏବଂ ସତର୍କତା ଆମକୁ ସୁରକ୍ଷିତ ରଖିବ। ନାଗରିକମାନଙ୍କୁ ସ୍ୱଚ୍ଛତା ଏବଂ ପରିମଳକୁ ବଜାୟ ରଖିବାକୁ ବ‌ୈଠକରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଏହି ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ଡିଏମଏଟି ଡାକ୍ତର ସନ୍ତୋଷ କୁମାର ମିଶ୍ର, ବିଶ୍ବସ୍ବାସ୍ଥ୍ୟ ସଂଗଠନ ଟିମ୍ ଲିଡର ଡାକ୍ତର ନିହାର ରୟ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here