ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗ ତରଫରୁ ଆସନ୍ତା ୧୮ ତାରିଖ ରେ ହେବାକୁ ଥିବା ପକ୍ଷିଗଣନା କାର୍ଯ୍ୟକ୍ରମ ପାଇଁ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ (ତିଖାଳୀ) ଠାରେ ମକଡ୍ରିଲ୍ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ACF ପ୍ରସନ୍ନଜିତ ନାଏକ ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ରେଞ୍ଜର ଜୟଦେବ ମାଝୀ ଙ୍କ ସମେତ ସମସ୍ତ ଫରେଷ୍ଟର ଓ ବନ ସୁରକ୍ଷା କର୍ମୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ କିପରି ଭାବରେ ପକ୍ଷୀ ଗଣନା କରାଯିବ, ପକ୍ଷୀ ର ସୁରକ୍ଷା, କେତେ ପ୍ରକାର ପକ୍ଷୀ ଅଛନ୍ତି, ସେମାନଙ୍କ ସୁରକ୍ଷା ସହ ପରିବେଶ ସନ୍ତୁଳନ ଉପରେ ଉପସ୍ଥିତ ଅଧିକାରୀ ମାନେ ଉପସ୍ଥିତ ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ ସ୍ଥାନୀୟ ନାଗରିକ ଙ୍କୁ ବୁଝାଇଥିଲେ ।
ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆସନ୍ତା୧୮ତାରିଖ ରେ ଥିବା ବେଳେ ଖଡ଼ିଆଳ ରେଞ୍ଜ ପକ୍ଷ ରୁ ନଅ ଗୋଟି ଟିମ ତିଆରି କରି ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି , ଲୋକେ କିଭଳି ଆହୁରି ସଚେତନ ହୋଇ ପାରିବେ ସେଥି ପାଇଁ ଗଣମାଧ୍ୟମ ର ଭୂମିକା ଆହୁରି ଗୁରୁତ୍ଵ ପୂର୍ଣ୍ଣ ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ମଧ୍ୟ ଆଗକୁ ଆସିବା ଜରୁରୀ ବୋଲି ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଖଡ଼ିଆଳ ACF କହିଥିଲେ ।