ଗଞ୍ଜାମ ( ଦ କୁଇଭର ):- ଧରାକୋଟ ବ୍ଳକ ବାହାରପୁରରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଲା କାର l ଗାଁ ଲୋକଙ୍କ ଉଦ୍ୟମରେ କାର ଭିତରେ ଥିବା ଦୁଇ ଜଣକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଛି l ଦୁଇ ଜଣଙ୍କ ଅଵସ୍ଥା ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ଧରାକୋଟ ମେଡିକାଲକୁ ନେଇଥିଲେ ଲୋକେ କିନ୍ତୁ ମେଡିକାଲରେ କାଯ୍ୟରତ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି । ତେବେ ମୃତକ ଜଣକ ହିମାଂଶୁ ରଞ୍ଜନ ମହାପାତ୍ର ହୋଇଥିବା ବେଳେ ଗୁରୁତର ଜଣକ ହେଲେ ସୁଧାଂଶୁ ସାହୁ। ସୁଧାଂଶୁଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ପରେ ବ୍ରହ୍ମପୁର ପଠାଯାଇଛି । ହେଲେ ତାଙ୍କର ଅଵସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । କାରଟି ମାଣିକ୍ୟ ପୁର ପଟୁ ଧରାକୋଟ ଆସୁଥିବା ସମୟରେ ଘଟିଛି ଏପରି ଦୁର୍ଘଟଣା । କାର ରେ ଥିବା ଦୁଇ ଜଣ LIC ର କର୍ମଚାରୀ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ, କାରଟି ପୋଖରୀ ମଧ୍ୟରେ ଓଲଟି ରହିଯିବାରୁ ଏବଂ କାର ର ଗେଟ ନ ବାହାରିବାରୁ ବହୁ ସମୟ ଧରି ପୋଖରୀ ମଧ୍ୟରେ ରହିଯିବା ସକାଶେ ଉଭୟେ ଗାଡି ମଧ୍ୟରେ ପାଣି ପିଇ ଦେଇଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।