ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରତିଦିନ ବଢୁଛି ସୁନାଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ରହିଛି ୭୩ ହଜାର ୯୦୦ ଟଙ୍କା। ୫ ଦିନ ତଳେ ଏହି ଦାମ୍ ରହିଥିଲା ୭୧ ହଜାର ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ବିଶ୍ବ ବଜାରରେ ଅସ୍ଥିରତା, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାରେ ଅଧିକ ନିବେଶ ଯୋଗୁ ଚାହିଦା ବଢିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି।
ପ୍ରାୟ ଦେଢ଼ ମାସ ଧରି ସୁନା ଦର ସ୍ଥିର ରହିଥିଲା। ୧୦ ଗ୍ରାମକୁ ପାଖାପାଖି ୭୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ବିଶ୍ବ ବଜାରରେ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ। କାରଣ ମାସେ ଭିତରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଶହେ ଡଲାର ବଢିଛି।ସେହିପରି ଡଲାର ତୁଳନାରେ ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଯାହାର ପ୍ରଭାବ ସୁନା ଦର ଉପରେ ବି ପଡୁଛି।