ବିପ୍ଲବୀ ପରିକ୍ରମା ଡିଜିଟାଲ – ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ ମଳିଛି। ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ । ବର୍ତ୍ତମାନ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସକୁ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୬ ଜାନୁଆରୀରେ ଲାଗୁ କରିଥିଲେ । ଏହା ୨୦୨୫ ଡିସେମ୍ବର ୩୧ରେ ଶେଷ ହେବ । ପୂର୍ବରୁ ମଧ୍ୟ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର ସୁପାରିସ ୧୦ ବର୍ଷ ଲେଖାଏଁ ଲାଗୁ ହୋଇଥିଲା ।