ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଦିବାସୀ ସମ୍ପ୍ରଦାୟରେ ରହିଛି ନିଆରା ପରମ୍ପରା। ସାନ୍ତାଳ ଜାତି ହେଉଛି ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ । ସାନ୍ତାଳ ଜାତି ର ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ର ଦୁଇ ଦିନ ପରେ ପୂର୍ବପୁରୁଷ ଙ୍କ ସମୁହ ଅସ୍ତିବିସର୍ଜନ ପରମ୍ପରା ନିଆରା ଯାହାକୁ ଏହି ସମ୍ପ୍ରଦାୟର ଲୋକେ ଦାମୋଦର ଯାତ୍ରା ବୋଲି କହନ୍ତି।
ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ସହର ଉପକଣ୍ଠ ବାରୁଣୀ ଘାଟ ବୁଢ଼ାବଳଙ୍ଗ ନଦୀ କୁଳର ଦୃଶ୍ୟ। ଦାମୋଦର ମେଳା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଛୁଟି ଆସନ୍ତି ଏହି ବୁଢ଼ାବଳଙ୍ଗ ନଦୀ କୂଳକୁ। ପରମ୍ପରା ଅନୁଯାୟୀ ବର୍ଷ ସାରା ଏହି ସମ୍ପ୍ରଦାୟର ଲୋକଙ୍କ ବଂଶରେ ଯିଏ ଯେବେବି ମୃତ୍ୟୁ ବରଣ କରିଥିଲେ ବି ଏହି ଦିନରେ ସମୁହ ଅସ୍ତିବିସର୍ଜନ କରନ୍ତି।ଆଦିବାସୀ ଙ୍କ ମତରେ ଏହି ବାରୁଣୀ ଘାଟରେ ଅସ୍ତୀ ବିସର୍ଜନ କଲେ ମୃତକ ଙ୍କୁ ମୋକ୍ଷ ମିଳି ଥାଏ।
ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଭିତରେ ନଦୀକୂଳରେ ଚାଲିଛି ସମୁହ ଅସ୍ତିବିସର୍ଜନ କାର୍ଯ୍ୟକ୍ରମ। ନଦୀକୂଳରେ ସମୁହ ଏକା ସାଙ୍ଗରେ ଲଣ୍ଡା ହେବା ସହିତ ପୂଜା ଅର୍ଚ୍ଚନା କରି ଅସ୍ଥି ବିସର୍ଜନ କରି ଥାଆନ୍ତି ଏହି ସମ୍ପ୍ରଦାୟର ଲୋକେ।
ହଜାର ହଜାର ଲୋକ ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ କୁ ଆସୁଥିବାରୁ ସ୍ଥାନୀୟ କମିଟି ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥାଏ।ସମସ୍ତେ କିପରି ନିଜ ନିଜ ସମ୍ପର୍କୀୟ ଙ୍କ ଅସ୍ଥି ବିସର୍ଜନ ସୁରୁଖୁର ରେ କରିପାରିବେ ସେ ନେଇ ପ୍ରସ୍ତୁତି ମଧ୍ୟ କରାଯାଇଥାଏ। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ନାହିଁ ନ ଥିବା ଅମଳରୁ ଚାଲି ଆସିଛି ବୋଲି କହିଛନ୍ତି କମିଟି ସଦସ୍ୟ। ତେବେ ଏହି ଦିନ ବର୍ଷରେ ଥରେ ଆସିଥିବାରୁ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବେ ଆଦିବାସୀ ଲୋକେ ପିଣ୍ଡ ଦାନକୁ।