ବ୍ରାହ୍ମଣୀଗାଁ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାର୍ଦ୍ଧକ୍ୟ ଭତ୍ତା ୩ ହଜାର କୁ ଟଙ୍କା ବୃଦ୍ଧି କରିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଆନ୍ଦଳନ କରି ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଛନ୍ତି।ଏପରି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ପଞ୍ଚାୟତ ରେ । ଏହି ପଞ୍ଚାୟତ ରେ ବାର୍ଦ୍ଧକ୍ୟ , ବିକଳାଙ୍ଗ ଏବଂ ବିଧବା ,ଙ୍କୁ ମିଶେଇ ମୋଟ ୪୫୩ ଜଣ ଭତ୍ତା ହିତାଧିକାରୀ ରହିଥିବା ବେଳେ ସରକାର ଙ୍କ ନୂଆ ଯୋଜନା ଅନୁଯାୟୀ ୮୦ ବର୍ଷ ରୁ ଅଧିକ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଘଷଣା କରିଥିଲେ ।
ସେମାନଙ୍କ ମଧ୍ୟରୁ ମାତ୍ର ୩୫ ଜଣ ହିତାଧିକାରୀ ଙ୍କ ର ଆବେଦନ ଗ୍ରହଣ କରାଯାଇଛି । ୩୫ ଜଣ ଙ୍କ ଭିତରୁ ୪ ଜଣ ଙ୍କୁ ୩୫୦୦ ଭତ୍ତା ମିଳିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଲୋକଙ୍କ କହିବା ଅନୁଯାୟୀ ନିର୍ବାଚନ ସମୟ ରେ ସରକାର ଶାସନ କୁ ଆସିଲେ ସମସ୍ତ ଭତ୍ତା ହିତାଧିକାରୀ ଙ୍କୁ ୩୦୦୦ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏବେ ଯାହାକୁ ୮୦ ବର୍ଷ ରୁ ଅଧିକ ହୋଇଛି ସେମାନେ ହିଁ ପାଇବା ଯୋଗ୍ୟ ବୋଲି ଶୁଣୁ ଥିବାରୁ ଅସନ୍ତୋଷ ପ୍ରକାଶ କରି ଆମ ମାନଙ୍କୁ କାହିଁକି ଦିଆଯିବ ନାହିଁ ବୋଲି ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ।
ଏହାକୁ ନେଇ ବ୍ରାହ୍ମଣୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଅଞ୍ଚଳ ର ସମସ୍ତ ଭତ୍ତା ହିତାଧିକାରୀ ମାନେ ସରକାରଙ୍କୁ ସେମାନଙ୍କ ଭତ୍ତା ଆଗାମୀ ମାସରେ ୩ହଜାର ଟଙ୍କା କୁ ବଢ଼ାଇବାକୁ ଦାବି କରିଛନ୍ତି। ଯଦି ସରକାର ଦାବି ନମାନନ୍ତି ତାହାଲେ ଯେତିକି ବି ହିତାଧିକାରୀ ଙ୍କୁ ଭତ୍ତା ମିଳୁଛି ତାହା ବି ଗ୍ରହଣ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ । ତେଣୁ ସରକାର ଦେଇଥିବା ପ୍ରତିଶ୍ରୁତି କୁ ପାଳନ କରି ମାସିକ ଭତ୍ତା ୩ ହଜାର ଟଙ୍କା ବଢ଼ାଇବାକୁ ଦାବି କରିଛନ୍ତି।