ବିପ୍ଲବୀ ପରିକ୍ରମା ଡିଜିଟାଲ :-:ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ସ୍ବପ୍ନ ଧୂଳିସାତ୍ ପରେ ଖେଳାଳିଙ୍କୁ ଏଭଳି ଚମରବାଣୀ ଶୁଣାଇ ଦେଇଛି ବିସିସିଆଇ । କଠୋର ନିଷ୍ପତ୍ତି ସହ ଜାରି ହୋଇଛି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍ । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ଏହି ଗାଇଡଲାଇନ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଖେଳାଳିଙ୍କ ପାଇଁ ରହିଛି କଠୋର କଟକଣା । ପ୍ଲେୟାରଙ୍କ ବ୍ୟକ୍ତିଗତ ଆରାମ, ଟ୍ରାଭେଲ ପିଲିସି, ପରିବାରର ଉପସ୍ଥିତି ସହ ବ୍ୟକ୍ତିଗତ ବିଜ୍ଞାପନ ଉପରେ ବି ଅଙ୍କୁଶ ଲଗାଇଛି ବିସିସିଆଇ l