୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ : ମୋହନ ମାଝୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ରାଜ୍ୟରେ ୫ ହଜାର କୋଟିର ନିବେଶ ହେବାର ଆଶା ରହିଛି। ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନେତୃତ୍ବ ନେଇ ଦିଲ୍ଲୀ ଏବଂ ବମ୍ବେରେ ଆମେ ରୋଡ୍ ସୋ’ କରିଥିଲୁ । ସିଙ୍ଗାପୁରକୁ ଆମ ସରକାରଙ୍କର ଟିମ୍ ଗସ୍ତ କରିଥିଲେ। ଟିମ୍ ସଦସ୍ୟମାନେ ଶିଳ୍ପପତିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଳାଣ୍ଟ’ ହେବ । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ରାଜ୍ୟ ସରକାରଙ୍କର ସକାରାତ୍ମକ ଆଲୋଚନା ହୋଇଛି।

ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ଉପଯୁକ୍ତ ସମୟ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଫୋକସରେ ରଖିଛନ୍ତି । ଓଡ଼ିଶା ବିକଶିତ ଭାରତର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ହେବ। ରାଜ୍ୟରେ ବିଜେପି ସରକାରକୁ ୭ ମାସ ପୂରଣ ହୋଇଛି। ଆମ ସରକାର କହିଥିବା କଥା ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାହାକି ପୁଞ୍ଜି ନିବେଶ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here