ସହାୟର ହାତ ବଢ଼େଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ) :- ପୁଣି ଅସହାୟକୁ ସହାୟର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଗରୀବ ଲୋକର ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ନିଜ ଘରକୁ ପଠାଇବା ବ୍ୟବସ୍ଥା କଲେ ବିଧାୟକ । କୋରାପୁଟ ସିମିଳିଗୁଡା ନନ୍ଦପୁରର ରାଜୁ ମୁଦୁଲି ନିଶାଗ୍ରସ୍ତ ଅବସ୍ଥାରେ ଗତ ସୋମବାର ସକାଳେ ନିଜ ଘରେ ବିଷପାନ କରିଥିଲେ । ପ୍ରଥମେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ କାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ରାଜୁଙ୍କ ମୃତ୍ୟୁ ହୋଇଥିଲା । ତେବେ ରାତି ହୋଇଥିବା ଯୋଗୁଁ ମୃତଦେହକୁ ବ୍ୟବଚ୍ଛେଦ କରିବା ଓ ମୃତଦେହକୁ ନିଜ ଜନ୍ମମାଟିକୁ ନେବା ପାଇଁ ରାଜୁଙ୍କ ପରିବାର ଲୋକେ ସାମର୍ଥ୍ୟ ନଥିଲେ । ଏନେଇ ରାଜୁଙ୍କ ପରିବାର ଲୋକେ କୋରାପୁଟ ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢୀଙ୍କ ସହ ଯୋଗାଯୋଗ କରି ନିଜର ଦୁଃଖ ଜଣାଇଥିଲେ । ପଟ୍ଟାଙ୍ଗୀ ବିଧାୟକ ବ୍ରହ୍ମପୁର ବିଧାୟକଙ୍କୁ ରାଜୁଙ୍କ ପରିବାର ଲୋକଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ । ପଟ୍ଟାଙ୍ଗି ବିଧାୟକଙ୍କ ଅନୁରୋଧକୁ ରକ୍ଷା କରି ସଙ୍ଗେ ସଙ୍ଗେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ରାଜୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରିବା ସହ ବ୍ୟବଚ୍ଛେଦ ପରେ ନିଜ ଜନ୍ମ ମାଟିକୁ ଫେରିବା ନିମନ୍ତେ ଗାଡିର ବ୍ୟବସ୍ଥା କରିଥିଲେ । ଏଭଳି ଅସହାୟ ପରିବାରକୁ ସହାୟତା କରିଥିବା ଯୋଗୁଁ ରାଜୁଙ୍କ ପରିବାର ଲୋକେ ବ୍ରହ୍ମପୁର ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here