ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ନିଜ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ଗଙ୍ଗା ରେ ଅସ୍ତି ବିସର୍ଜନ କରୁଥିବା ବେଳେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ର ଲୋକମାନେ ଓଡିଶାର ଗଙ୍ଗା କୁହା ଯାଉଥିବା ବୈତରଣୀ ନଦୀରେ ହଜାର ହଜାର ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ନିଜ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ଅସ୍ତି ବିସର୍ଜନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡର ସ୍ୱାତି ଘାଟରେ ,ତେବେ ଏଥିରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ରାଜ୍ଯ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଯାଇଛି। ପରିବାରର କେହି ମୃତ୍ୟୁ ହେଲେ ତାଙ୍କ ଅସ୍ଥି ଗଙ୍ଗା ରେ ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୁଏ। ତେବେ ସମସ୍ତଙ୍କ କ୍ଷେତ୍ରରେ ତାହା ସମ୍ଭବ ନୁହେଁ। କାରଣ ଗଙ୍ଗା ଯିବା ଏବଂ ଅସ୍ଥି ବିସର୍ଜନ କରିବା ବ୍ୟୟ ବହୁଳ ସେଥିପାଇଁ ଗୋଟିଏ ଗରିବ ସମ୍ଭବପର ହୋଇନ ଥାଏ।
ଏଣୁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟ ଲୋକେ ପ୍ରତେକ ବର୍ଷ ପୁଣ୍ୟ ତୟା ବୈତରଣୀ ନଦୀ ର ସ୍ଵାତୀ ଘାଟରେ ରାଜ୍ଯ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରି ମୋକ୍ଷ ପ୍ରାପ୍ତି ପାଇଁ ପୂଜା ଅର୍ଚ୍ଚନା କରି ତିଳ ତର୍ପଣ ଅର୍ପଣ ମାରାଙ୍ଗ ବୁରୁ ମନ୍ଦିର ଦର୍ଶନ କରି ପରିବାରର ମଙ୍ଗଳ ମନାସି ଥାନ୍ତି।
ତେବେ ଚଳିତ ବର୍ଷ ସ୍ବାତୀଘାଟରେ ୧୭୩୨ ରୁ ଉର୍ଦ୍ଧ୍ବ ଅସ୍ଥି ବିସର୍ଜନ ହୋଇଥିବା ନେଇ ଦାମୋଦର ମେଳା ଆୟୋଜକ ମାରାଂ ବୁରୁ କମିଟି ପକ୍ଷରୁ ଜଣାପଡ଼ିଥିବା ବେଳେ ମେଳା କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ , ଠାକୁରମୁଣ୍ଡା ଓ ଆଇ ସି ସାବିତ୍ରୀ ଦଳେଇ ଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇଥିଲା ଏବଂ ଅଗ୍ନିଶମ ବିଭାଗ ଓ ପ୍ରଶାସନ ପକ୍ଷରୁ ମଧ୍ଯ ବ୍ୟାପକ ବନ୍ଦୋବସ୍ତ କରାଯାଇ ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଥିଲା ।