ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପୁଣି ତାତିଲା ବିଜେପି । ବ୍ରହ୍ମପୁର ବିଧାନସଭା ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିଭିନ୍ନ ଦୁର୍ନିତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ଏକ ବିଶାଳ ରାଲି ବାହାର କରି ହଜାର ହଜାର କର୍ମୀଙ୍କ ସହ ନିଗମ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଛି । ଏହାସହ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ନିଗମରେ ଚାଲିଥିବା ଦୁର୍ନିତି ସମ୍ଭନ୍ଦିୟ ଦାବି ପତ୍ର ପ୍ରଦାନ କରିଛି ଦଳ । ଅଭିଯୋଗ ଅନୁଯାୟୀ ମହାନଗର ନିଗମ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା କୁ ରାଜ୍ୟ ସରକାର ମୋ ପୋଖୋରୀ ନାମରେ ନାମିତ କରି ସହରର ୪୮ ଟି ପୋଖୋରି ରେ ମହାଦୁର୍ନୀତି କରିବା, ଉଷା ସର୍ଭେ ନାଆଁ ରେ ସହରୀ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇ ଦେବା ପାଇଁ ମହାନଗର ନିଗମ କତୃପକ୍ଷ ପ୍ରତିଶୃତି ଦେଇ ଗରିବ ଲୋକଙ୍କୁ ପ୍ରତାରଣା କରିବା, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା “ହର ଘର ନଲ୍” ଯୋଜନା ଦେୟ ମୁକ୍ତ ହୋଇଥିବା ବେଳେ ବିଇଏମ୍ସି କତୃପକ୍ଷ ପ୍ରତ୍ୟେକ ଘରୁ ଜୋର୍ ଜବରଦସ୍ତ ସାତ ହଜାର ଟଙ୍କା ଆଦାୟ କରିବା, ବ୍ରହ୍ମପୁର ସହରରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କୁ ହ୍ରାସ କରିବା, ମୁକ୍ତା ଯୋଜନା ରେ କୋଟି କୋଟି ଟଙ୍କା ର ନିର୍ମାଣ କାର୍ଯ୍ୟ ଗୁଡିକରେ ବାଟ ମାରଣା ଚାଲିଥିବା ସହ ସହର ଡ୍ରେନ୍, ରାସ୍ତା ଓ ଆଲୋକିକରଣ ଭଳି ବିଭିନ୍ନ ଅନେକ ଦାବି ନେଇ ଆଜି ବିଜେପି ବିଈଏମସି କାର୍ଯ୍ୟାଳୟ ଘେରାଉ କରିଥିଲା । ଯଦି ସରକାର ଯଥାଶୀଘ୍ର ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗମୀ ଦିନରେ ଭାରତୀୟ ଜନତା ପାର୍ଟି ପୁଣି ଆନ୍ଦୋଳନ କୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି l