ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ‘ସାମ୍ବାଦିକଙ୍କୁ ମନା’ ପୋଷ୍ଟର : ବିରୋଧ କଲା ବ୍ରହ୍ମପୁର ପ୍ରେସ କ୍ଲବ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ବ୍ରହ୍ମପୁର ପ୍ରେସ କ୍ଲବ । ଆଜି କ୍ଲବ ପକ୍ଷରୁ ସମସ୍ତ ବ୍ରହ୍ମପୁର ସାମ୍ବାଦିକ ଏକତ୍ରିତ ହୋଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତୁରନ୍ତ ଉକ୍ତ ପୋଷ୍ଟରକୁ ସାନଖେମୁଣ୍ଡି ବ୍ଲକ ପରିସରରୁ ହଟାଇବାକୁ ଦାବି କରି ଏକ ଦାବି ପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଜଣେ ଗଣମାଧ୍ୟମର କାର୍ଯ୍ୟରେ ରୋକ ଲଗାଉଛନ୍ତି ବିଡ଼ିଓ । ବ୍ଲକ କାର୍ଯ୍ୟାଳୟରେ ଲୋକେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହୁଛି ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଗଣମାଧ୍ୟମ କାମ କରୁଥିବା ବେଳେ ବିଡ଼ିଓ ନିଜର ଦୋଷ ଲୁଚାଇବାକୁ ଏଭଳି ପୋଷ୍ଟର ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ମାନେ । ତୁରନ୍ତ ପୋଷ୍ଟର ହଟାଇବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ପ୍ରେସ କ୍ଲବ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here