କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝରରେ ସେକ୍ସ ରାକେଟ ଚଲାଇବାସହ ଗ୍ରାମାଞ୍ଚଳ ନାବାଳିକା ଏବଂ ଯୁବତୀମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ କରୁଥିବା ଅଭିଯୋଗ । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୁବତୀ ଚାଲାଣ କରୁଥିବା ଅଭିଯୋଗ । ଭୁବନେଶ୍ୱରରୁ ଏକ ଘରୁ ଅନୈତିକ କାର୍ଯ୍ୟ କରୁଥିବା ସମୟରେ ଉଦ୍ଧାର ହୋଇଥିଲା କେନ୍ଦୁଝରର ଜଣେ ନାବାଳିକା । ପରେ କେନ୍ଦୁଝର ସିଡବ୍କୁସି ନିକଟରେ ହାଜର ପରେ ସବୁଘଟଣା ବାହାରକୁ ବାହାରିଥିଲା , କେନ୍ଦୁଝର ଏସପି ଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣଙ୍କୁ ଧରିଛି ପୋଲିସ। ଜଣେ ମହିଳାଙ୍କ ସମତେ ତାଙ୍କର ପୁରୁଷ ବନ୍ଧୁଙ୍କୁ ବାନ୍ଧିଛ କେନ୍ଦୁଝର ଟାଉନ ପୋଲିସ । ପୋଲିସର ତଦନ୍ତ ଜାରି, ପୋଲିସ ର ସୂଚନା ଅନୁଯାୟୀ ଏହି ୨ ଜଣ ଦିର୍ଘ୍ ଦିନ ହେବ ଏପରି କାର୍ଯ୍ୟ କରି ଆସୁଥିଲେ। ଚଢ଼ାଉ ସମୟରେ ସେମାନଙ୍କ ଘରୁ ବହୁ ଆପତି ଜନକ ସାମଗ୍ରୀ ସହ ଉତ୍ତେଜକ ଓଷଧ ମିଳି ଥିଲା, ସିଡବ୍ଲୁସି ର କହିବା ଅନୁଯାୟୀ ତଦନ୍ତ ସମୟରେ ଜଣା ପଡିଛିଯେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଆଦିବାସୀ ଅଶିକ୍ଷିତ ଝିଅଙ୍କୁ ଏମାନେ ପ୍ରଲୋଭିତ କରି ଅନୈତିକ କାର୍ଯ୍ୟ ରେ ଲଗାଇଥାଆନ୍ତି ।