ଗାଁ’କୁ ଯାଇପାରିଲାନି ଆମ୍ବୁଲାନ୍ସ : ଷ୍ଟ୍ରେଚରରେ ୨ କି.ମି ବୁହାହେଲେ ଗର୍ଭବତୀ

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ଜନନୀ ଯନ୍ତ୍ରଣା l ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇପାରିଲାନି ଆମ୍ବୁଲାନ୍ସ l ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିଲୋମିଟର ଷ୍ଟ୍ରେଚର ରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ପଦେର୍ମା ଗାଁରେ l ଗାଁର ଲକ୍ଷ୍ମୀ ମଲିକ ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ପରିବାର ଲୋକେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ତେବେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୨ କିଲୋମିଟର ପୂର୍ବରୁ ରହିଯାଇଥିଲା l ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ କର୍ମଚାରୀ ଷ୍ଟ୍ରେଚର ଧରି ଚାଲି ଚାଲି ଗାଁ ରେ ପହଞ୍ଚିଥିଲେ l ପରିବାର ଲୋକଙ୍କ ସହାୟତା ରେ ଗର୍ଭବତୀ ମହିଳା ଲକ୍ଷ୍ମୀ ଙ୍କୁ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ l

ସେଠାରୁ ଆଣି ଅଡବା ମେଡିକାଲ ରେ ଭର୍ତ୍ତି କରିଥିଲେ l କିଛି ସମୟ ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ ଲକ୍ଷ୍ମୀ l ବର୍ତମାନ ଉଭୟ ମା ଓ ନବଜାତ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here