ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି। ଫଳରେ ଶୀତ କମିବ, କିନ୍ତୁ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାରଗ ବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରାସ୍ତରରେ ସାମାନ୍ୟ ବୃଦ୍ଧି ଘଟିଛି । ଜି ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ସେଲସିୟସ ରହିଛି। ଏହା ରାଜ୍ୟର ସବୁଠାରୁ ଶୀତଳ ଅଞ୍ଚଳ ପାଲଟିଛି। ସକାଳ ସମୟରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ,ଝାରସୁଗୁଡା ଏବଂ ସୁନ୍ଦରଗଡରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।