କରଞ୍ଜିଆ ଠାରେ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଂଜିଆ ଦୋଳପଡ଼ିଆ ନିକଟସ୍ଥ ରାଧା ଗୋବିନ୍ଦ ଧାମ ପରିସରରେ ଜଗତଗୁରୁ ଶ୍ରୀ ଶ୍ରୀ କୃପାଳୁଜୀ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀ ମହାରାଜଙ୍କ ଦୁଇ ଦିନିଆ ଦିବ୍ୟ ପ୍ରବଚନ ପାଇଁ କରଞ୍ଜିଆ ଗସ୍ଥ ଆସିଥିବାରୁ ତାଙ୍କୁ ଆଜି ଦିବା ପ୍ରାୟ ୧୧ ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ଠାରେ ପହଞ୍ଚିବା ପରେ ତାଙ୍କୁ ପୁନମ ଛକ ଠାରେ କେନ୍ଦ୍ର ପରିଚାଳକ ଗିରିଧାରୀ ପୃଷ୍ଟିଙ୍କ ସହିତ ଶହ ଶହ ସଂଖ୍ୟାରେ ଭକ୍ତବୃନ୍ଦ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସେଠାରୁ ଶ୍ରୀ ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ୱାର୍ଡ ନମ୍ୱର ୧୨ ସ୍ଥିତ ରାଧା ଗୋବିନ୍ଦ ଧାମ ଠାରେ ପହଞ୍ଚିଥିଲେ । ସେଠାରେ ସ୍ବାମୀ ଶ୍ରୀ ମୁକୁନ୍ଦାନନ୍ଦଜୀଙ୍କ ୨ ଦିନ ଧରି ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି କରଂଜିଆ ରାଧେ ଗୋବିନ୍ଦ ଧାମ କେନ୍ଦ୍ର ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ପରମେଶ୍ବର ମହାନ୍ତ ଓ ଗୌରୀଶଙ୍କର ପରିଡା,ରୋହିତ ପୃଷ୍ଟି,ମଦନ ମୋହନ ସାହୁ, ଦିବାକର ମହାନ୍ତ ,ଅନାମ ପାତ୍ର , ସତ୍ୟେନ୍ଦୁ ଦାସ, ମନରଞ୍ଜନ ଭୁଜବଳ, ଘନଶ୍ୟାମ ବାରିକ,କଲ୍ଲୋଳିନୀ ରାଉତ,ରଂଜିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here