ପରାକ୍ରମ ଦିବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଧୁମଧାମରେ ପାଳନ ହେଇଛି ତାଙ୍କ ଜୟନ୍ତୀ । ଏହି ଉପଲକ୍ଷେ କଟକ ଓଡ଼ିଆ ବଜାର ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ‘ଜାନକୀନାଥ’ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମନ୍ତ୍ରୀ ଏବଂ କଟକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

 

ପରାକ୍ରମ ଦିବସ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣରେ କହିଛନ୍ତି, ‘ଜାନୁଆରୀ ୨୩, କ୍ୟାଲେଣ୍ଡରରେ ଥିବା ଏହି ତାରିଖ ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆଙ୍କୁ ଗର୍ବିତ କରିଥାଏ । ଓଡ଼ିଆ ମାଟିରେ ଜଣେ ଅଦମ୍ୟ ସାହାସୀ, ଦେଶ ଭକ୍ତିରେ ପ୍ଲାବିତ ଦୂରଦ୍ରଷ୍ଟା, ନିର୍ଭିକ ବିପ୍ଲବୀ, ଜନନାୟକ ଜନ୍ମ ନେଇଥିଲେ । ଯିଏକି ପରବର୍ତ୍ତୀ କାଳରେ ଦେଶରେ ଜାତୀୟତାବାଦର ନୂଆ ସଂଜ୍ଞା ନିରୂପଣ କରିଥିଲେ । ତାଙ୍କ ଜନ୍ମର ୧୦୦ ବର୍ଷ ପରେ ଏବେବି ସଂଗ୍ରାମ କଥା ଉଠେ ନେତାଜୀଙ୍କ ନାଁ ସର୍ବାଗ୍ରେ ରହିଥାଏ ।’

LEAVE A REPLY

Please enter your comment!
Please enter your name here