ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୁନା ବଜାରରେ ଲାଗିଲା ନିଆଁ। ହୁ ହୁ ହୋଇ ବଢିଲା ସୁନା ଦର। ବିବାହ ଋତୁରେ ଅହେତୁକ ଭାବେ ସୁନା ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ ୮୨ ହଜାର ଟପିଥିବା ବେଳେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ଦର ୭୫ ହଜାର ଡେଇଁଛି । ଅର୍ନ୍ତଜାତୀୟସ୍ତରରେ ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସୁନାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଲୋକେ। ଟ୍ରମ୍ପଙ୍କ ବିଭିନ୍ନ ନିଷ୍ପତ୍ତି ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା କରି ଅଧିକାଂଶ ଲୋକ ଏବେ ସୁନାରେ ନିବେଶ କରୁଛନ୍ତି । ଅର୍ଥନୀତିରେ ଅସ୍ଥିରତା ବେଳେ ସୁନାରେ ନିବେଶ ବେଶ ସୁରକ୍ଷିତ। ସେହିଭଳି ଡଲାର ଦୁର୍ବଳ ହେବା ମଧ୍ୟ ସୁନା ଦର ବୃଦ୍ଧି ପଛର ଅନ୍ୟ ଏକ କାରଣ। ବିବାହ ଋତୁରେ ସୁନା ଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କ ନିଦ ହଜେଇଥିବା ଦେଖିବାକୁ ମିଳୁଛି l