କ୍ରିକେଟର ଅଫ୍ ଦି ଇୟର’ ହେଲେ ସ୍ମୃତି ମନ୍ଧାନା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତୀୟ ମହିଳା କ୍ରିକେଟ ଟିମର କ୍ରିକେଟର ସ୍ମୃତି ମନ୍ଧାନାଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଇସିସି ଦ୍ୱାରା ସ୍ମୃତି ମନ୍ଧାନାଙ୍କୁ ୨୦୨୪ ମସିହାର ମହିଳା ‘ଓଡିଆଇ କ୍ରିକେଟର ଅଫ୍ ଦି ଇୟର’ ବିଜେତା ଘୋଷଣା କରାଯାଇଛି। ମନ୍ଧାନା ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତି ଇତିହାସ ରଚିଛନ୍ତି। କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ମନ୍ଧାନା। ଏଭଳି କରିବାରେ ସେ ଦ୍ବିତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି। ଏହା ପୂର୍ବରୁ ସ୍ମୃତି ମନ୍ଧାନା ୨୦୧୮ ରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ଜିତିଥିଲେ। ଏବେ ମନ୍ଧାନାଙ୍କୁ ୨୦୨୪ ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଟାଇଟଲ ମିଳିଛି।

LEAVE A REPLY

Please enter your comment!
Please enter your name here