ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବଡ଼ ଧରଣର ଡକାୟତି । ରାତିରେ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ନୂଆପଲ୍ଲୀ ବାସଭବନରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି। ଯାହାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭୁବନେଶ୍ବରର ଭିଭିଆଇପି ଅଞ୍ଚଳ ନୂଆପଲ୍ଲୀରେ ଏଭଳି ଲୁଟ୍‌ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣତନ୍ତ୍ର ଦିବସ ଥିବା ବେଳେ ସାରା ରାତି ପୋଲିସ ପାଟ୍ରୋଲିଂ କରୁଛି। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ ମଧ୍ୟ କରାଯାଉଛି ।

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବଡ଼ ଧରଣର ଡକାୟତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଖୁବଶୀଘ୍ର ଚୋର ଧରାପଡିବ ବୋଲି ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ନିରଞ୍ଜନଙ୍କ ବାସଭବନକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି ନିଜେ ଡିସିପି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଫିଙ୍ଗରପ୍ରିଣ୍ଟ ନିଆଯାଇଛି ବୋଲି ଡିସିପି କହିଛନ୍ତି । ପୋଲିସ କମିଶନର ମଧ୍ୟ ନିରଞ୍ଜନଙ୍କ ନୟାପଲ୍ଲୀସ୍ଥିତ ବାସଭବନକୁ ଯାଇ ତଦନ୍ତ କରିଛନ୍ତି। ଡକାୟତି କେମିତି ଘଟିଲା, ସେନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଫୋନ ଯୋଗେ ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଅନ୍ୟପଟେ ଲୁଟ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ, କହିଛନ୍ତି ଭଗବାନଙ୍କ କୃପାରୁ ପରିବାର ଲୋକ ସୁରକ୍ଷିତ ଅଛନ୍ତି ।

ତେବେ ଏଠି ପ୍ରଶ୍ନ,ଯଦି ଜଣେ ମନ୍ତ୍ରୀଙ୍କ ଘରୁ ତାହାପୁଣି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳଭଳି ସ୍ଥାନରୁ, ଏତେ କଡା ସୁରକ୍ଷା ମଧ୍ୟରେ ଯଦି ସହଜରେ ଡକାୟତି ହୋଇପାରୁଛି ତେବେ ଜଣେ ସାଧାରଣ ଜନତା ଘରେ କଣ ନ ହେବ ? ଏଠି ପୋଲିସର ପାରିବା ପଣିଆକୁ ପଦାରେ ପକାଇ ଦେଉନି କି ?

LEAVE A REPLY

Please enter your comment!
Please enter your name here