ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-ଗତକାଲି ଯୁବକମାନେ ଭୋଜି ପାଇଁ ଆସିଥିଲେ । ମାତ୍ର ଖାଇବା ପୁର୍ବରୁ ଘଟିଥିଲା ଅଘଟଣ । ଚାହୁଁ ଚାହୁଁ ନଦୀର ସ୍ରୋତରେ ଭାସିଯାଇ ଚାଲିଯାଇଥିଲା ଏକ ମୂଲ୍ୟବାନ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଥିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ । ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ପିକନିକ ପାଇଁ ଆସି ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ସାନକୁଣ୍ଡ ନିକଟରେ ଗାଧୋଉଥିବା ସମୟରେ ଜଣେ ଯୁବକ ପାଣି ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ତେବେ ସୂଚନା ରୁ ପ୍ରକାଶ ଯେ, ଜ୍ୟୋତି ମୋଟର୍ସ ଭୁବନେଶ୍ୱରରେ କାମ କରୁଥିବା କର୍ମଚାରୀ ରବିବାର ଭୋଜି ପାଇଁ ଭୀମକୁଣ୍ଡ ଆସିଥିଲେ । ଦିନ ୧୧ଟା ୩୦ ମିନିଟ୍ ରେ ପହଞ୍ଚିବା ପରେ ଚାରି ୫ ଜଣ ଯୁବକ ଗାଧୋଇବାକୁ ବୈତରଣୀରେ ପଶିଥିଲେ l ପ୍ରାୟ ଦିନ ୧ ଘଟିକା ୩୦ ମିନିଟ୍ ସମୟରେ ଏକ ଯୁବକର ଗୋଡ଼ ଖସି ଯାଇଥିଲା ଫଳରେ ଯୁବକ ଜଣଙ୍କ ନିଖଜ୍ ହୋଇଯାଇଥିଲେ। ଏ ବିଷୟରେ ଠାକୁରମୁଣ୍ଡା ଥାନାରେ ଅଭିଯୋଗ ପରେ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ହେଲେ ରାତି ହଇଯିବା କାରଣରୁ କୌଣସି ସନ୍ଧାନ ପାଇନଥିଲା ।ଏବିଷୟରେ ଓଡ୍ରାଫ ଟିମ୍ କୁ ଜଣାଇବା ପରେ ଆଜି ସକାଳୁ ପୁଣି ନଦୀରେ ଦୀର୍ଘ ସମୟ ଖଜାଖଜି କରିବା ପରେ ଓଡ଼୍ରାଫ ଟିମ୍ ସକାଳ ୯ଘଟିକା ୪୫ମିନିଟ୍ ସମୟରେ ନଦୀରୁ ନିଖଜ ଯୁବକର ମୃତ ଦେହ ଉଦ୍ଧାର କରିଛି। ତେବେ ମୃତ ଜଣଙ୍କ ହେଉଛନ୍ତି ଜଗତସିଂହପୁର ବାଲିକୁଦା ଅଞ୍ଚଳର ନିତ୍ୟାନନ୍ଦ ଦାସ ଙ୍କ ପୁଅ ବିଶ୍ୱଜିତ ଦାସ୍ ବୟସ ୧୯ ।ବିଶ୍ୱଜିତ ଡିପ୍ଲୋମା ର ଛାତ୍ର ଏବଂ ବାପା ମା’ଙ୍କ ଏକମାତ୍ର ପୁଅ । ସେ ଅସ୍ଥାୟୀ ଭାବେ ଜ୍ୟୋତି ମୋଟର୍ସରେ କାମ କରୁଥିଲେ ବୋଲି ଜଣା ପଡିଛି l