ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭୁବନେଶ୍ୱରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଦେଶ ବିଦେଶର ଶିଳ୍ପପତିଙ୍କୁ ଓଡ଼ିଶାରେ ଥିବା ଅପାର ସମ୍ଭାବନାର ସୁଯୋଗ ଉଠାଇବାକୁ ଅପିଲ କରିଛନ୍ତି ମୋଦୀ। ଶିଳ୍ପପତିଙ୍କୁ ସମ୍ବୋଦ୍ଧିତ କରି ମୋଦୀ କହିଛନ୍ତି, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଅପାର ସୁଯୋଗ ରହିଛି। ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି। ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି MSMEକୁ ସପୋର୍ଟ କରନ୍ତୁ। ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ। ଏଥସହ ଓଡ଼ିଶା ବହୁତ ଜଲଦି ଶିଖର ଛୁଇଁବ, ଯାହା କେହି କଳ୍ପନା କରି ନଥିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଆହ୍ବାନ ଓଡ଼ିଶା ଶିଳ୍ପକ୍ଷେତ୍ର ପାଇଁ ନୂଆ ଆଶା ସଂଚାର କରିଛି।