ପୂର୍ବ ଶତ୍ରୁତାକୁ କେନ୍ଦ୍ରକରୀ ୩ବର୍ଷର ଶିଶୁପତ୍ରକୁ ହତ୍ୟା

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟାକରୀ ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ତାଙ୍କ ଗ୍ରାମର ଚନ୍ଦନ ମୁଣ୍ଡା ସହିତ ଏକ କଥାକୁନେଇ ବିବାଦ ଥିଲା। ଏହାକୁ ଶ୍ରୀତମ ମୁଣ୍ଡା ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ଦିନ ରାଗ ଜର୍ଜର ରେ ଶ୍ରୀତମ ମୁଣ୍ଡା ଚନ୍ଦନର ପୁଅ ଲକି ମୁଣ୍ଡା ନାମକ ୩ବର୍ଷର ଶିଶୁ ପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ଗୋଡ଼କୁ ଧରି ଶିଶୁ ଟିକୁ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲେ। ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ତଦନ୍ତ ପରେ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳକୁ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here