ଶିମିଳିପାଳରୁ ପୁଣି ୨ ଶିକାରୀ ଗିରଫ; ବିଭିନ୍ନ ଶିକାର ସାମଗ୍ରୀ ଜବତ , ୩ ଶିକାରୀ ଘଟଣାସ୍ଥଳରୁ ଫେରାର

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିବା ୨ ଶିକାରୀକୁ ବନ ବିଭାଗ ଧରିଛି। ସେମାନେ ହେଲେ, କପ୍ତିପଦା ଥାନା ଅନ୍ତର୍ଗତ କୋଳିଅଳମ ପଞ୍ଚାୟତର ନଛିପୁର ଗ୍ରାମର ରାଜକିଶୋର ନାଏକବୟସ ୨୯ ଓ ପାଗଡାଡିହା ଗ୍ରାମର କାଳିଚରଣ ଦେହୁରୀ ବୟସ ୨୩। ଅଭୟାରଣ୍ୟରେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ଏହି ଦୁଇଜଣଙ୍କୁ ଚିହ୍ନଟ କରାଯାଇଥିଲା I ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ବାରୁଦ, ସମ୍ବର ଶିଙ୍ଘ, ୨ଟି ହରିଣ ଶିଙ୍ଘ, ଗୋଟିଏ ଧନୁ, ୩ଟି ତୀର ସମେତ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି। ୫ଜଣ ଶିକାରୀ ଦଳବଦ୍ଧ ହୋଇ ମାରଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ ଏଆଇ କ୍ୟାମେରାରେ କଏଦ ହୋଇଥିଲା I ଏହାକୁ ଆୟୁଧ କରି ଯାଞ୍ଚ ପ୍ରକ୍ରିୟା କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ କର୍ମଚାରୀ ଚଢ଼ଉ କରିଥିଲେ I ବନ କର୍ମଚାରୀଙ୍କୁ ଦେଖି ୩ ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୨ଜଣ ଧରାପଡ଼ିଥିଲେ l

LEAVE A REPLY

Please enter your comment!
Please enter your name here