ଶିମିଳିପାଳ ରେ ୪୨ ଲକ୍ଷ୍ୟର ଅଫିମ ଚାଷ କୁ ନଷ୍ଟ କଲା ପୋଲିସ ଅବକାରୀ ବିଭାଗ ଓ ବନବିଭାଗ

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିମିଳିପାଳ ଅଭୟାରଣ୍ୟ ଏବେ ଅଫିମ ମାଫିଆଙ୍କ କବଜା ରେ। ଶିମିଳିପାଳ ଅଭୟାରଣ୍ୟର ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି। ଆଜି ଠାକୁରମୁଣ୍ଡା ପୋଲିସ , ଅବକାରୀ ବିଭାଗ ଓ ବନବିଭାଗ ବଡ଼ ଧରଣର ଚଢାଉ କରିଥିଲା। ଠାକୁରମୁଣ୍ଡା ପୋଲିସ , ଅବକାରୀ ବିଭାଗ ଓ ବନବିଭାଗକୁ ମିଳିଛି ବଡ ସଫଳତା । ଶିମିଳିପାଳ କର୍ ଏରିଆରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କଲା ପୋଲିସ୍ , ଅବକାରୀ ବିଭାଗ ଓ ବନବିଭାଗ । ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ବରେ ଠାକୁରମୁଣ୍ଡା ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ କରିଥିଲେ। ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତ ଅଧିନସ୍ଥ ଇଦେଲ୍ ବେଡା ବୁରୁ ସାହିରେ ଚାଷ ହୋଇଥୁବା ୨୧ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ୍ । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ହେବ ବୋଲି ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍ ସୂଚନା ଦେଇଛନ୍ତି। ଏନେଇ ଠାକୁରମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଏଥିରେ ସଂପୃକ୍ତ ଥିବା କାହାରିକୁ ଗିରଫ କରାଯାଇନଥିବା ବେଳେ କିଏ ଓ କେଉଁମାନେ ଏହି ଚାଷ କରୁଛନ୍ତି, ଏମାନଙ୍କୁ ପ୍ରୋତ୍ସାହନ ଦେଉଛି କିଏ ? କାହାର ଛତ୍ରଛାୟା ତଳେ ରହି ଅଫିମ ମାଫିଆ ମାନେ ଚଳାଇ ଆସୁଛି ଚୋରା ଅଫିମ କାରବାର, ବର୍ତ୍ତମାନ୍ ସୁଦ୍ଧା ଚାଷୀ କିମ୍ବା ମାଫିଆ କେହି ଗିରଫ ହୋଇ ନଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଜରୁରୀ, ତା ନହେଲେ ଶିମିଳିପାଳରେ ଶିକାରୀଙ୍କ ସହିତ ଏବେ ଅଫିମ ମାଫିଆ ମିଶି ଶିମିଳିପାଳକୁ କଣ କରିବେ ତାହା ଆପଣମାନେ ଅନୁମାନ କରିପାରୁ ଥିବେ !

LEAVE A REPLY

Please enter your comment!
Please enter your name here