ସିନାପାଲି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗରୀବ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ହଷ୍ଟେଲ ରେ ରଖି ପାଠ ପଢ଼ାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ହଷ୍ଟେଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ସିନାପାଲି ବ୍ଲକ ଗୋଡାଳ ଅନୁସୂଚିତ ଜନଜାତି ଛାତ୍ରାବାସରୁ l କର୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରାବାସ ରେ ଜଣେ ୧୩ ବର୍ଷୀୟ ଛାତ୍ର ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସିନାପାଲି ବ୍ଲକ ଗୋଡ଼ାଲ ଅନୁସୂଚିତ ଜନଜାତି ଛାତ୍ରାବାସ ରେ ବିଭାଗୀୟ କର୍ତୃପକ୍ଷ ଙ୍କ ଦାୟିତ୍ବ ହୀନତା ଓ ଅବହେଳା ଯୋଗୁଁ ଜଣେ ୧୩ ବର୍ଷୀୟ ଛାତ୍ର ର ମୃତ୍ୟୁ ଘଟଣା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଯାଇଛି । ସୂଚନା ଅନୁସାରେ ଗୋଡାଲ ଛାତ୍ରାବାସ ରେ ଗତ ଦୁଇ ବର୍ଷ ହେବ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଛାରପଡା ଗାଁର ବାପା ଛେଉଣ୍ଡ ଲାଳଧର ମାଝୀ ନାମକ ଛାତ୍ର ଛାତ୍ରାବାସ ରେ ରହି ସ୍ଥାନୀୟ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ି ଆସୁଥିଲେ । ଗତକାଲି ସନ୍ଧ୍ୟା ସମୟ ରେ ହଠାତ୍ ତାଙ୍କ ମୁଣ୍ଡ ବ୍ୟଥା ହେବା ସହ ସାମାନ୍ୟ ଜ୍ଵର ହୋଇଥିଲା । ପରେ ତାଙ୍କୁ ସ୍ଥାନୀୟ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରି ଆଣିଥିଲେ । ହେଲେ ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅପରପକ୍ଷରେ ଛାତ୍ର ମୃତ୍ୟୁକୁ ନେଇ ଛାତ୍ରାବାସ ଦାୟୀତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ ହିଁ ଦାୟୀ ଏଣୁ ପ୍ରଶାସନ ଉଚିତ୍ ତଦନ୍ତ କରି ଦୋଷୀ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ବର୍ଗ ।
ଗୋଡ଼ାଳ ଛାତ୍ରାବାସ ରେ ଛାତ୍ର ମୃତ୍ୟୁ ଘଟଣା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତୀବ୍ର ପ୍ରତିକ୍ରିୟା ଦେଖାଇବା ସହ ବିଭାଗୀୟ ଅଧିକାରୀ ଓ ଛାତ୍ରାବାସ ଦାୟୀତ୍ବ ରେ ଥିବା କର୍ମଚାରୀ ଙ୍କ ଦାୟୀତ୍ବ ହୀନତା ଓ ଆଦିବାସୀ ମାନଙ୍କ ପ୍ରତି ତାଙ୍କର ଆନ୍ତରିକତା ର ଅଭାବ ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଯାଇଛି ବୋଲି ଆଦିବାସୀ କଲ୍ୟାଣ ସଂଘ ରାଜ୍ୟ ସଭାପତି ଓ ଜିଲ୍ଲା ସଭାପତି କହିଛନ୍ତି। ଏଣୁ ଘଟଣା କୁ ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ସହ ଜିଲ୍ଲା ପ୍ରଶାସନ ଗୁରୁତ୍ତର ସହ ନେଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡିତା ପରିବାର କୁ ପଚାସ ଲକ୍ଷ ଟଙ୍କା ଆର୍ଥିକ ସାହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଗୁରୁତ୍ତର ସହ ନେଇ ଏକ ସ୍ୱତନ୍ତ ଟିମ ଗଠନ କରି ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝିଙ୍କ ଙ୍କ ନେତୃତ୍ୱ ରେ ଜିଲ୍ଳା ଶିକ୍ଷାଅଧିକାରୀ, ଜିଲ୍ଳା ମଙ୍ଗଳ ଅଧିକାରୀ, ସିନାପାଲି ସ୍ୱାସ୍ଥ୍ୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତଦନ୍ତ ଚଳାଇଛି l ତଦନ୍ତ ସରିଲେ ଜିଲ୍ଳାପାଳ ଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ନୂଆପଡା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ କହିଛନ୍ତି l
ଗୋଡଲ ଛାତ୍ରବାସ ଛାତ୍ର ମୃତ୍ୟୁ ଘଟଣା ରେ ଦାଇତ୍ୱ ରେ ଥିବା କର୍ମଚାରୀ ଓ ଅଧିକାରୀ ଙ୍କ ଦାଇତ୍ୱ ହୀନତା ହିଁ ଏହି ଦୁଃଖଦ ଘଟଣା ର ମୁଖ୍ୟ କାରଣ ଭଳି ଜଣାପଡୁଥିବା ବେଳେ l ତଦନ୍ତ କେଉଁ ବାଟ ଦେଇ ଯାଉଛି ଓ ଏଥିରେ ପ୍ରକୃତ ରହସ୍ୟ କଣ ସତ ରେ ପଦା କୁ ଆସୁଛି ନାଁ ତଦନ୍ତ ତଦନ୍ତ ରେ ହିଁ ରହି ଯାଉଛି ତାହା ଦେଖିବା୍ର ବାକି ରହିଲା l