କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକ ଅଧିକାରିଣୀଙ୍କ ଠାରୁ ପିନ୍ଧିଥିବା ସୁନା କାନ ଫୁଲ, ସୁନା ହାର, ମୋବାଇଲ୍ ସହିତ ନଗଦ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ତେବେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ପାଟବିଲ ପଞ୍ଚାୟତ ଅଧିନସ୍ଥ ପାଟବିଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ। ତେବେ ସୂଚନା ରୁ ପ୍ରକାଶ କି କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଅଧିକାରିଣୀ ନିରୁପମା ନାଏକ ଏକୁଟିଆ ଥିବା ବେଳେ ଦୁଇଜଣ ଯୁବକ ବାଇକ୍ ରେ ଆସି ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ବୁଲାବୁଲି କରିଥଲେ।କାର୍ଯ୍ୟାଳୟରେ କେହିନଥିଲା ଦେଖି ଏହାର ସୁଯୋଗ ନେଇ କାର୍ଯ୍ୟଳୟ ଭିତରକୁ ପୋସି ଶ୍ରୀମତି ନାଏକଙ୍କୁ ବନ୍ଧୁକ ଦେଖାଇ ପିନ୍ଧି ଥିବା ସୁନା କାନ ଫୁଲ, ସୁନା ହାର , ନଗଦ ସାତ ଶହ ଟଙ୍କା ସହିତ ତାଙ୍କ ମୋବାଇଲ୍ ଲୁଟି ନେଇଥିବା କହିଛନ୍ତି ଶ୍ରୀମତି ନାଏକ।
ତେବେ ଏବିଷୟରେ କରଞ୍ଜିଆ ପୋଲିସ୍ କୁ ଖବର ଦେବା ପରେ ଥାନା ଅଧିକାରୀ ନୀରଦ କୁମାର୍ ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସୂଚନା ନେବା ପରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।