ଲୁହା ପଥର ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଶଙ୍ଖଝରସ୍ଥିତ ଏକ ବନ୍ଦ କ୍ରସର ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରା ଚାଲାଣ ଉଦ୍ଦେଶ୍ୟରେ ଟ୍ରକରେ ଲୁହା ପଥର ବୋଝେଇ ହେଉଥିବା ଖବର ପାଇ ବଡବିଲ ପୋଲିସ ପେଟ୍ରୋଲିଂ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅନ୍ୟମାନେ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଘଟଣା ସ୍ଥଳରେ ଲୁହା ପଥର ବୋଝେଇ ହୋଇଥିବା ଟ୍ରକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ବଡବିଲ ପୋଲିସ।

ଗିରଫ ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରା ଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ବଡବିଲ ଥାନା ଆଇଆଇସି ଶ୍ରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here