ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା।

ସୂଚନା ଅନୁଯାୟୀ, ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ (ପାଲମ), ରୋହିତ ମେହରୌଲିଆ (ତ୍ରିଲୋକପୁରୀ), ଗିରିଶ ସୋନି (ମାଦିପୁର), ମଦନ ଲାଲ (କସ୍ତୁରବା ନଗର), ରାଜେଶ ଋଷି (ଉତ୍ତମ ନଗର), ବି ଏସ ଜୁନ (ବିଜୱାସନ), ନରେଶ ଯାଦବ (ମହରୌଲି) ଏବଂ ପବନ ଶର୍ମା (ଆଦର୍ଶ ନଗର)।ଏହା ପୂର୍ବରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗ ଏବଂ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି।ବିଜେପିରେ ଯୋଗଦେବାର ଗୋଟିଏ ଦିନ ପୂର୍ବରୁ ସମସ୍ତ ୮ ବିଧାୟକ ଆମ ଆଦମୀ ପାର୍ଟି ଉପରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଥିଲେ। ଏପରିକି ଦଳ ଏହାର ବିଚାରଧାରାରୁ ପଥଭ୍ରଷ୍ଟ ହେବାର ମଧ୍ଯ ଅଭିଯୋଗ ଆଣିଥିଲେ। ତେବେ ଗତ ଶୁକ୍ରବାର ଏହି ବିଧାୟକ ମାନେ ଆପର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

LEAVE A REPLY

Please enter your comment!
Please enter your name here