ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନିର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ହଜାର ହଜାର କଳାପ୍ରେମୀ । ତେବେ ଏହି ଖଡ଼ିଆଳ ସହରରେ ସାହିତ୍ୟ କଳା ଓଡ଼ିଶାରେ ତାର ସ୍ୱତନ୍ତ୍ର ପରିଚୟ ରହି ଆସିଛି । ଦୀର୍ଘ ୧୯ ବର୍ଷ ହେବ ଖଡ଼ିଆଳରେ ଏହି ମହୋତ୍ସବ ପାଳିତ ହୋଇଆସୁଛି ।
ଏହି ୧୯ତମ ଖଡ଼ିଆଳ ମହୋତ୍ସବ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜକ କମିଟି ଙ୍କ ସହ ଖଡ଼ିଆଳ ବାସୀ ପ୍ରଥମେ ମାଁ ସମଲେଶ୍ବରୀ,ମାଁ ଠାକୁରାଣୀ ବଡ଼ ଦଧିବାମନ ଏବଂ ଗଡଜାତ ଦେବୀ ରକ୍ତା ମ୍ବରୀ ଙ୍କ ପୀଠ ରେ ପୂଜାର୍ଚ୍ଚନା କରି ପ୍ରସିଦ୍ଧ ଯୋଗୀମଠ ରୁ ମଶାଲ ଅଣାଯାଇଥିଲା । ଏହି ଅବସର ରେ ବାଜାଗାଯା, ଘୁମୁରା, ସଂକୀର୍ତ୍ତନ ଓ ଆଦିବାସୀ ଲୋକନୃତ୍ୟ ରେ ଏକ ବିରାଟ ଶୋଭାଯାତ୍ରା କରି ନଗର ପରିକ୍ରମା କରି ମହୋତ୍ସବ ପଡିଆ ରେ ପହଞ୍ଚି ଥିଲେ ।
ଖଡ଼ିଆଳ ମହୋତ୍ସବର ପ୍ରଥମ ସାଂସ୍କୃତିକ ସଭା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କଳାହାଣ୍ଡି କଳାକେନ୍ଦ୍ର ର ଓଡିଶୀ, କୋଲକାତା ର ଆଦି ନୃତ୍ୟ କଳା, ଯୌଷ୍ଣା ଗ୍ରୁପ ପଦ୍ମପୁର, ଖଡିଆଳ ଡାନ୍ସ ହବ,ସାଙ୍ଗକୁ ରସରକେଲି ଡାଲଖାଇ ନାଚ ରେ ହଜାର ହଜାର ଦର୍ଶକ ଙ୍କ ମନ ମୋହିଥିଲେ । ଖଡ଼ିଆଳ ମହୋତ୍ସବ ର ଆୟୋଜକ ଓ ଆୟୋଜନ ସହ ଦର୍ଶକ ମାନଙ୍କ ଉତ୍ସାହ କୁ କଳାକାର ମାନେ ଭୁରିଭୁରି ପ୍ରଶଂସା କରିଥିଲେ ।
ଖଡିଆଳ ର ଗର୍ବ ଓ ଗୌରବ କୁହାଯାଉଥିବା ଖଡ଼ିଆଳ ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଥିବା ଆସନ୍ତା ଚାରିଦିନ ବିଶେଷ କରି ହ୍ୟୁମାନ ସାଗର ଓ ବଲିଉଡ୍ ଗାୟକ ଜାଭେଡ ଅଲି ଙ୍କ ଆଗମନ ରେ ଲକ୍ଷାଧିକ ଦର୍ଶକ ଙ୍କ ସମାଗମ ହେବାର ସମ୍ଭାବନା ସୃଷ୍ଟି କରିଛି ।