ଆଜିଠୁ ଅଫ୍‌ଲାଇନ ଟିକଟ ବିକ୍ରି : ଜଣେ ନେଇପାରିବେ ୨ଟି ଟିକେଟ 

0

କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠୁ ଆରମ୍ଭ ହେବ ଅଫ୍‌ଲାଇନ ଟିକଟ ବିକ୍ରି । କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବାର ଯୋଜନା ରହିଛି । ବିରାଟ କୋହଲି, ରୋହିତ ଶର୍ମା, ଜୋସ ବଟଲରଙ୍କ ଭଳି ଖେଳାଳି ଆସୁଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଅନଲାଇନ୍‌ରେ ଟିକଟ କିଣିପାରିନଥିବା କ୍ରିକେଟ୍‌ପ୍ରେମୀ ଅଫ୍‌ଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି । ଟିକେଟ ବିକ୍ରି ପାଇଁ ଚଳିତଥର ୪ଟି ଟିକେଟ କାଉଣ୍ଟର କରାଯାଇଛି । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବାବେଳେ ଏହାର ଗୋଟିଏ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୮ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ । ସ୍ପେସାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ଭଳି ଟିକେଟକୁ ହର୍ସ ଗେଟ କାଉଣ୍ଟରରେ ବିକ୍ରି ହେବାକୁ ଥିବାବେଳେ କିଲଖାନା ଲେନ ଅନ୍ୟ ସମସ୍ତ ଗ୍ୟାଲେରୀ ଟିକେଟକୁ ବିକ୍ରି କରାଯିବ ।

 

ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ବାରବାଟୀରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୫ ହଜାର ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ଏହା ବ୍ୟତୀତ ଦର୍ଶକଙ୍କୁ ବିକ୍ରି ହେବାକୁ ଥିବା ଖାଦ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଖାଦ୍ୟର ମାନ ପାଇଁ ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ କେନ୍ଦ୍ରାଞ୍ଚଳ ଆରଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ୍ ସୁପରିଚାଳନା ନେଇ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here