ଗାଁ ସାଥି ଓ ଶ୍ରମିକଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗାଁ ସାଥିଙ୍କ ସହ ହଜାର ହଜାର ଶ୍ରମିକଙ୍କ ବିକ୍ଷୋଭରେ କମ୍ପିଲା ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି।

ସର୍ବନିମ୍ନ ମଜୁରି ୩୫୨ ଟଙ୍କା ଓ ବାର୍ଷିକ ୩୦୦ ଶ୍ରମ ଦିବସ ନିଶ୍ଚିତ କରିବା ସହ ଗାଁ ସାଥିଙ୍କୁ ସ୍ଥାୟୀ ନିଯୁକ୍ତି ସହ ମୂଳ ପାରିଶ୍ରମିକ ୧୦ ହଜାର ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଓଛନ୍ତି ଜିଲ୍ଲାର ହଜାର ହଜାର ଜବକାର୍ଡ ଧାରୀ ଓ ଶ୍ରମିକ।

ଏକ ବିରାଟ ଶୋଭାଯାତ୍ରାରେ ରାଜପ୍ରସାଦ ସମ୍ମୁଖରୁ ବାହାରି ସ‌ହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମନରେଗା ଯୋଜନାରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଶ୍ରମିକ ୧୦୦ ଦିନର କାମ ପର୍ଯ୍ୟାପ୍ତ ହେଉନଥିବା ବେଳେ ଅନେକ ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଛନ୍ତି।

ଦାଦନ ସମସ୍ୟା ରୋକିବାକୁ ଗାଁ ସାଥିଙ୍କ ଭୁମିକା ଗୁରୁତ୍ଵପୂର୍ଣ୍ଣ। ତଥାପି ଗାଁ ସାଥିଙ୍କୁ ସରକାର ପ୍ରୋତ୍ସାହନ ଦେଉନଥିବା ସ‌ହ ନିର୍ବାଚନ ସମୟରେ ଶ୍ରମିକଙ୍କ ସମସ୍ୟା ନେଇ ଦିଆଯାଇଥିବା ପ୍ରତିଶୃତି ପୁରଣ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ।

LEAVE A REPLY

Please enter your comment!
Please enter your name here