୧୮ ଲକ୍ଷ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କଥାଦେଇ କଥା ରଖିଲେ ମୋହନ ସରକାର। କହିଥିଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଭବ୍ୟ ସମାବେଶରେ ବଟମ୍ ଟିପି ସୁଭଦ୍ରା ଯୋଜନା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଶନିବାର ଏକକାଳୀନ ଭାବେ ରାଜ୍ୟର ୧୮ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଲା ସୁଭଦ୍ରା ପ୍ରୋତ୍ସାହନ ରାଶି । ପ୍ରତି ମହିଳାଙ୍କୁ ମିଳିଲା ୧ମ କିସ୍ତିର ୪ର୍ଥ ପର୍ଯ୍ୟାୟ ପାଇଁ ୫ହଜାର ଟଙ୍କା । ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାର । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ଟଙ୍କା । ୭ ମାସରେ ୯୮ ଲକ୍ଷ ମହିଳା ହିତାଧିକାରୀ ଉପକୃତ । ଯାଜପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

LEAVE A REPLY

Please enter your comment!
Please enter your name here