ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭେଟେରାନ ଅଭିନେତା ତଥା ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡର ଭିତରେ ସିଧାସଳଖ ଭୁବନେଶ୍ୱର ଏୟାରପୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା l ଚାରି ଦିନ ହେବ ଦେହ ଖରାପ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିନେମାର ସୁଟିଂ ପାଇଁ ବାହାରକୁ ଯାଇଥିବାବେଳେ ସେଠାରେ ତାଙ୍କ ଦେହ ଖରାପ ହୋଇଥିଲା । ପରେ ଚିକିତ୍ସା ପାଇଁ ସେ ଭୁବନେଶ୍ବର ଚାଲି ଆସିଥିଲେ। ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ଲିଭର କାମ କରୁନଥିଲା ଡାକ୍ତର କହିଛନ୍ତି । ଏଥିପାଇଁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ସେପଟେ ଅଧିକ ଚିକିତ୍ସା ପାଇଁ ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି । ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିଲେ। ତେବେ ଏହି ଖବର ଶୁଣି ଅନେକ ଚଳଚ୍ଚିତ୍ର ଦର୍ଶକ ଓ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତା ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।