ଟସ୍‌ ହାରି ପ୍ରଥମେ ବୋଲିଂ କରିବ ଭାରତ

0

କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଟକ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମୁକାବିଲା । ଟସ୍‌ ଜିତି ଭ୍ରମଣକାରୀ ଇଂଲଣ୍ଡ ଦଳର ବ୍ୟାଟିଂ ନିଷ୍ପତ୍ତି । ଫଳରେ ପ୍ରଥମେ ବୋଲିଂ କରୁଛି ଭାରତ । ଏକଦାଶକୁ ଫେରିଲେ ବିରାଟ କୋହଲି । ଆଣ୍ଠୁରେ ଯନ୍ତ୍ରଣା ହେତୁ ପ୍ରଥମ ମ୍ୟାଚ ଖେଳିନଥିଲେ । ଏକାଦଶ ପ୍ରକାଶ ପରେ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ପୁଣି ଥରେ ବାରବାଟୀରେ ବିରାଟଙ୍କ ସଟ୍‌ ଦେଖିବେ ଦର୍ଶକ । ଜୟସ୍ବାଲଙ୍କୁ ବାରବାଟୀରେ ଖେଳିବାର ସୁଯୋଗ ମିଳିନାହିଁ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶୁବମନ ଗିଲ । ଦିନିକିଆରେ ଡେବ୍ୟୁ କଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ l

LEAVE A REPLY

Please enter your comment!
Please enter your name here