ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଳା ସାହିତ୍ୟ ସଂସ୍କୃତି ସହ ନାଚଗୀତ ର ମିଳିତ ସମାହାର ରେ ଧୁମଧାମ୍ ର ସହ ଉଦଯାପିତ ହୋଇଯାଇଛି । ରସରକେଲି, ଡାଲଖାଇ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବଛାବଚ୍ଛା ଆଞ୍ଚଳିକ କଳା କୁ ଦେଖିବା ପାଇଁ ଖଡ଼ିଆଳ ମହୋତ୍ସବ ପଡିଆ ଜନ ସମୁଦ୍ର ହୋଇ ଉଠିଥିଲା । ଉଦଯାପିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ। ଗଡ଼ଜାତ ଅମଳର ସର୍ବପୁରତାନ ଐତିହାସିକ କଳା ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ୧୯ତମ ଲୋକ ମହୋତ୍ସବର ଉଦଯାପନି ସନ୍ଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ମହୋତ୍ସବ ପଡିଆରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବ ରେ ବିଭିନ୍ନ ଆଞ୍ଚଳିକ କଲାବଲିଉଡ ଅଲିଉଡ ଗାୟକ ଗାୟିକାଙ୍କ ସହ ରାଜ୍ୟ ର ଟାଣୁଆ ନେତା ମାନଙ୍କ ସହ ଖଡ଼ିଆଳ ବିଧାୟକ ଅଞ୍ଚଳର ଲୋକଙ୍କୁ କଳା ସଂସ୍କୃତି ଓ ପରମ୍ପରାକୁ ଭଲ ପାଇବାର ଏହା ହେଉଛି ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ । ଲୋକ କଳା ଲୋକ ସାହିତ୍ୟର ଉତ୍ଥାନ ପାଇଁ ଏଠିକାର ଲୋକଙ୍କ ଆଗ୍ରହ ଉତ୍ସାହ ଓଡ଼ିଶା ନୁହେଁ ସାରା ଭାରତ ବର୍ଷ ପାଇଁ ଉଦାହରଣ । ସରକାରଙ୍କ ବିନା ସହାୟତାରେ ଅନବରତ ଅଠର ବର୍ଷ ଧରି କରି ଆସୁଥିବା ଏହି ମହୋତ୍ସବ ଆଗକୁ ଆଗକୁ ବଢି ଚାଲିଛି। ଏହାକୁ ଆଗାମୀ ଦିନରେ କିଭଳି ସରକାରୀ ସହାୟତା ମିଳିପାରିବ ସେ ଉପରେ ସରକାର ଦୃଷ୍ଟି ଦେବା ଜରୁରୀ ବୋଲି ଉପସ୍ଥିତ ନେତା ମାନେ କହିଥିଲେ । ଏହି ମହୋତ୍ସବକୁ ବଞ୍ଚାଇ ରଖି ଇତିହାସ ସୃଷ୍ଟି କରିବା ପାଇଁ ଖଡ଼ିଆଳ ଅଂଚଳବାସୀଙ୍କୁ ଜୟପୁର ବିଧାୟକ ତାରାପ୍ରସାଦ୍ ବାହିନୀପତି ଙ୍କ ସହ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର କହିଥିଲେ ।
ଖଡ଼ିଆଳ ମହୋତ୍ସଵର ଶେଷ ରଜନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ ଗାୟକ ଜାଭେଡ୍ ଅଲ୍ଲୀ ଓ ତାଙ୍କ ଟିମ୍ ସହ ରାତି ତମାମ ଧୁମ୍ ମଚାଇଥିଲେ । ଏହି କଳାକାରଙ୍କୁ ଦେଖିବା ଓ ଶୁଣିବା ପାଇଁ ଲକ୍ଷାଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ସନ୍ଧ୍ୟାରେ ରାଜା ଏ ଟି ହାଇସ୍କୁଲ ପଡିଆ ଜନ ସମୁଦ୍ର ହୋଇ ଉଠି ଥିଲା । ସ୍ଥାନୀୟ କଲାପ୍ରେମି ଓ ଆୟୋଜକ ଙ୍କ ଆୟୋଜନ କୁ ବଲିଉଡ ଗାୟକ ଯାଭେଦ ଅଲ୍ଲୀ ଭୂରିଭୂରୀ ପ୍ରସଂଶା କରିଥିଲେ ।
୨୦୦୫ ମସିହାରେ ଆରମ୍ଭ ହୋଇଥିବା ଖଡ଼ିଆଳ ମହୋତ୍ସବ ଅନବରତ ଭାବରେ ଚାଲି ଆସିଥିବା ବେଳେ ଆଗାମୀ ଦିନରେ ଏହା ତାର ରୋପ୍ୟ, ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବ ଓ କେବଳ ଯେ ଭାରତ ବର୍ଷର କଳାକାର ନୁହେଁ ବିଦେଶ ରୁ ମଧ୍ୟ କଳାକାର ଆସି ଏହି ମହୋତ୍ସବରେ ଭାଗ ନେବ ସେହି ଆଶା ଆକାଂକ୍ଷା ରଖି ଆଗାମୀ ବର୍ଷକୁ ଅପେକ୍ଷା କରି ରହିଛନ୍ତି ଖଡ଼ିଆଳବାସୀ।